Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଏଲଆଇସିର ଦମଦାର ପଲିସି: ପ୍ରତିଦିନ ୨୭ ଟଙ୍କା ନିବେଶ କଲେ ମିଳିବ ୧୦ ଲକ୍ଷ ୬୨ ହଜାର ଟଙ୍କା

24/11/2019 at 6:42 PM

ନୂଆଦିଲ୍ଲୀ୨୪/୧୧: ଏଲଆଇସି ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ପଲିସି ଭେଟି ଦେଉଛି। ଭାରତୀୟ ଜୀବନ ବୀମା ଏବେ ନ୍ୟୁ ଏଣ୍ଡୋଓମେଣ୍ଟ ପ୍ଲାନ-୮୧୪ (New Endowment Plan-814) ପଲିସି ଆଣିଛି। ଯେଉଁଥିରେ ପ୍ରତି ଦିନ ୨୭ ଟଙ୍କା ଜମା କଲେ ଆପଣଙ୍କୁ ୧୦ ଲକ୍ଷ ୬୨ ହଜାର ଟଙ୍କା ମିଳିବ। ଏହି ଟଙ୍କାରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ନିମ୍ନରେ ପଲିସି ସଂପର୍କରେ ବିସ୍ତୃତ ଭାବେ ବିବରଣୀ ଦିଆଯାଇଛି।

ନ୍ୟୁ ଏଣ୍ଡୋଓମେଣ୍ଟ ପ୍ଲାନ-୮ ପ୍ଲାନରେ ଆପଣ ମୋଟ୍‌ ୩ ଲକ୍ଷ ଟଙ୍କା ନିବେଶ କରିବେ। ଏହି ମୋଟ୍ ଟଙ୍କା ଉପ​‌ରେ ଆପଣଙ୍କୁ ବୋନସ୍ ଆକାରରେ ୪ ଲକ୍ଷ ୩୨ ହଜାର ଟଙ୍କା ମିଳିବ। ଏତିକି ନୁହେଁ ଫାଇନାଲ ଏଡିସନ ବୋନସ୍ ଆକାରରେ ଆପଣଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କା ମିଳିବ। ଯଦି ଟ୍ୟାକ୍ସ କଥା କହିବା ତେବେ ଆପଣଙ୍କୁ ବର୍ଷକୁ ୩୦୫୩ ଟଙ୍କା ପୈଠ କରିବାକୁ ପଡ଼ିବ ନାହିଁ।

ଏହା ଭାରତୀୟ ଜୀବନ ବୀମାର ୩୦ ବର୍ଷିଆ ପ୍ଲାନ। ଏହି ପ୍ଳାନରେ ପ୍ରତିଦିନ ୨୭ ଟଙ୍କା ହିସାବରେ ଦେବାକୁ ପଡ଼ିବ। ପଲିସିଧାରୀ ପ୍ରତିଦିନ ହିସାବରେ ପୈଠ ନ କରି ପାରିଲେ ସେଥିପାଇଁ ମଧ୍ୟ ବିକଳ୍ପ ରହିଛି। ପ୍ରତିଦିନ ୨୭ ଟଙ୍କା ହିସାବରେ ମାସିକିଆ ,ତିନି ମାସିଆ, ଛଅ ମାସିଆ, ବର୍ଷିକିଆ ହିସାବରେ ପୈଠ କରି ପାରିବେ।

   Related Posts