Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

କରୋନା ସଂକ୍ରମଣର ଭୟ ଥିଲେ, ଏହି ନମ୍ବରରେ ମିସ୍‌ କଲ୍ ମାରନ୍ତୁ: ମାଗଣାରେ ପାଆନ୍ତୁ ଡାକ୍ତରୀ ପରାମର୍ଶ

25/09/2020 at 3:40 PM

ଭୁବନେଶ୍ବର୨୫/୯: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ପ୍ରତିଦିନ ଉଣାଅଧିକେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ କେୟାର ସହ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। କଟକ- ଭୁବନେଶ୍ବରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁଯୋଗ ରହିଛି।

କରୋନା ରୋଗୀଙ୍କ ସହାୟତା ନିମନ୍ତେ ରାଜ୍ୟ ସରକାର ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ସେହିପରି ଏକ ଆସୋସିଏସନ ପକ୍ଷରୁ ଏକ ନମ୍ବର ଜାରି ହୋଇଛି। ଯଦି ଆପଣଙ୍କ ମନରେ କୋଭିଡ୍ ସଂକ୍ରମଣର ଭୟ ରହିଛି, ତେବେ ମାଗଣାରେ ଡାକ୍ତରୀ ପରାମର୍ଶ ପାଇ ପାରିବେ। ୯୬୬୭୩୦୮୭୭୭ ନମ୍ବରରେ ମିସ୍‌ କଲ କରି ପାରିବେ। ସେମାନେ ତାଙ୍କ ତରଫରୁ ଫୋନ କରିବେ, କରୋନା ସଂପର୍କୀତ ଆପଣଙ୍କ ମନରେ ଥିବା ପ୍ରଶ୍ନ ଡାକ୍ତରଙ୍କୁ ପଚାରି ବୁଝି ପାରିବେ।

   Related Posts