Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଚିନ୍ତାଶୂନ୍ୟ ହୋଇ ଲଗାନ୍ତୁ କରୋନା ଟିକା, ରିଆକ୍ସନ ହେଲେ ବୀମା କମ୍ପାନୀ ଉଠାଇବେ ସମସ୍ତ ଖର୍ଚ୍ଚ !

5/04/2021 at 10:56 PM

ନୂଆଦିଲ୍ଲୀ ୦୫।୦୪: କରୋନା ମହାମାରୀର ଦ୍ଵିତୀୟ ଲହର ପୁଣି ଥରେ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ବଢୁଥିବା ସଂକ୍ରମଣ ମଧ୍ୟରେ ଦେଶରେ ୮ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇ ସାରିଛି। ଏବେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଭ୍ୟାକସିନ ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ। କାରଣ କିଛି ଲୋକ କୋଭିଡ୍-୧୯ ଟିକାକରଣକୁ ନେଇ ଭ୍ରମାତ୍ମକ ସ୍ଥିତିରେ ଅଛନ୍ତି।

କରୋନାର ଟିକା ନେବା ପରେ ଯଦି ଆପଣଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡେ ଏବଂ ଆପଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡେ ତେବେ ଏହାର ଖର୍ଚ୍ଚ ସ୍ଵାସ୍ଥ୍ୟ ବୀମା କମ୍ପାନୀ ବହନ କରିବେ। ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧୀକରଣ(ଆଇଆରଡିଏଆଇ) ସମସ୍ତ ବୀମା କମ୍ପାନୀକୁ ଏହି ବିଷୟରେ ଆଦେଶ ଜାରି କରିଛନ୍ତି।

ଆଇଆରଡିଏଆଇ ବୟାନରେ କହିଛି , ଏହା ଉପରେ ସନ୍ଦେହ କରାଯାଇଥିଲା ଯେ, ଯଦି କରୋନା ଟିକା ନେବା ପରେ କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡେ ତେବେ କଣ ହେଲ୍‌ଥ ଇନସ୍ୟୁରାନ୍ସ ପଲିସି କଭର ମିଳିବ ? ଏହା ଉପରେ IRDAI ଆଦେଶ ଦେଇଛି ଯେ, କୋଭିଡ୍-୧୯ ଟିକା ନେବା ପରେ ଯଦି ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡେ ତେବେ ସ୍ଵାସ୍ଥ୍ୟ ବୀମାଧାରୀଙ୍କ ଖର୍ଚ୍ଚ କମ୍ପାନୀ ବହନ କରିବ।

ସୂଚନାଯୋଗ୍ୟ, ବୀମା ନିୟାମକ ସ୍ଵାସ୍ଥ୍ୟ ବୀମା ପଲିସିରେ କୋଭିଡ୍-୧୯ ଚିକିତ୍ସାକୁ ସାମିଲ କରିଥିଲା। କିନ୍ତୁ ଏଥିରେ ଟିକା ଖର୍ଚ୍ଚ ସାମିଲ ନଥିଲା। କିନ୍ତୁ ଏବେ IRDAI  ନିଜର ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ଯେ, ଟିକାକରଣ ପରେ ରିଆକ୍ସନ କାରଣରୁ କୌଣସି ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେଲେ ତାଙ୍କୁ ଅନ୍ୟ ରୋଗ ଭାବେ ବିବେଚନା କରାଯିବ ଏବଂ ଏହାର ଖର୍ଚ୍ଚ ବୀମା କମ୍ପାନୀ ଦ୍ଵାରା କଭର କରାଯିବ। ସେମାନଙ୍କୁ ହିଁ ଏହାର ଫାଇଦା ମିଳିବ ଯେଉଁମାନେ ସ୍ଵାସ୍ଥ୍ୟ ବୀମା କରିଛନ୍ତି।

   Related Posts