ଜର୍ମାନୀରେ ବନ୍ୟାର ତାଣ୍ଡବ: ରାସ୍ତାଘାଟ ଜଳମଗ୍ନ, ଘରେ ପଶିଲା ପାଣି, ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Published By : Prameya-News7 Bureau | July 19, 2021 IST

ଜର୍ମାନୀ ୧୯/୭ : ଜର୍ମାନୀରେ ବନ୍ୟାର ତାଣ୍ଡବ । ପ୍ରବଳ ବର୍ଷା ପରେ ବନ୍ୟା ହେତୁ ଜର୍ମାନର ବର୍ଚଟେସଗେଡେନ୍ ସହରର ରାସ୍ତାଘାଟ ପୂରା ଜଳମଗ୍ନ ହୋଇପଡିଛି । ରବିବାର ଦକ୍ଷିଣ ଜର୍ମାନୀରେ ବନ୍ୟାରେ ଅତି କମରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ତେବେ ସପ୍ତାହକ ମଧ୍ୟରେ ପ୍ରାୟ ୧୫୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅଷ୍ଟ୍ରିଆର ସୀମାନ୍ତରେ ଥିବା ବାଭାରିଆର ଜର୍ମାନୀର ବର୍ଚଟେସଗେଡେନର୍ ତଳିଆ ଅଞ୍ଚଳ ପ୍ରବଳ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।

ବନ୍ୟା ହେତୁ ଘର ସବୁ ବୁଡି ରହିଛି । ଏପରିକି ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିବା ସହ କାଦୁରେ ପରିପୂର୍ଣ୍ଣ ହୋଇଛି । ରବିବାର ଦିନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରଠାରୁ ଏହା ୬ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ସମୟ ବୋଲି ପ୍ରମାଣିତ ହୋଇଛି । ବନ୍ୟା ଓ ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟ ୧୫୬ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କୋଲନର ଦକ୍ଷିଣରେ ସବୁଠାରୁ ଅଧିକ ପ୍ରଭାବିତ ଅହରୱିଲର୍ ଅଞ୍ଚଳରେ ପ୍ରାୟ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.