୧୯ ତାରିଖରେ ଜର୍ମାନୀରୁ ଉଠିବ ଲକଡାଉନ୍, ସଂକ୍ରମଣ ରୋକିବା ପାଇଁ ସରକାର ପ୍ରସ୍ତୁତ

Published By : Prameya-News7 Bureau | April 06, 2020 IST

ବର୍ଲିନ, ୦୬|୦୪:  ଜର୍ମାନୀ ସରକାର ଆସନ୍ତା ୧୯ ତାରିଖରେ ଦେଶରୁ ଲକଡାଉନ୍ ପ୍ରତ୍ୟାହାର କରିବେ । ତେବେ ଲକଡାଉନ ପରେ ସେଠାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ସହ ଗୋଟିଏ ସ୍ଥାନରେ ଗହଳି ଚହଳି ନକରିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ୧୯ ତାରିଖ ପରେ ଦେଶରେ ଜୀବନଜାପନ ସାଧାରଣ ହେବ ବୋଲି ସରକାର ଆଶା କରିଛନ୍ତି ।

ଦେଶର ଜଣେ ମନ୍ତ୍ରୀ କହିଛନ୍ତି ଯେ, ସରକାର ସୋମବାର ଦିନ ୧୯ ତାରିଖ ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ କଣ ବ୍ୟବସ୍ଥା କରାଯିବ ତାହା ଉପରେ ଆଲୋଚନା କରାଯାଇଛି । ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସଂକ୍ରମଣ ରୋକିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ଏହାସହ ଦେଶର ମୋଟ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତଙ୍କ ସଂସ୍ପର୍ଶରେ କିଏକିଏ ଆସିଛନ୍ତି ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଠାବ କରାଯିବ । ଏହାପରେ ସ୍କୁଲ, କଲେଜ ଆଦି ଖୋଲିବା ନେଇ ସରକାର ବିଚାର କରିବେ ଏହାସହ ସିଲ୍ ହୋଇଥିବା ବିଭିନ୍ନ ସୀମା ମଧ୍ୟ ଖୋଲିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.