ଜୈସ ମୁଖ୍ୟ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଜର୍ମାନୀ ଦେଲା ସମର୍ଥନ

Published By : Prameya-News7 Bureau | March 20, 2019 IST

ନୂଆଦିଲ୍ଲୀ ୨୦/୩: ଜୈସ ମୁଖ୍ୟ ମାସୁଦ ଆଝାରର ସମ୍ପତିକୁ ଫ୍ରାନ୍ସ ଅଚଳ କରିବାପାଇଁ ନିଷ୍ପତ୍ତି ପରେ ସେହି ରାସ୍ତାରେ ଏବେ ଜର୍ମାନୀ। ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଫ୍ରାନ୍ସ ଆମେରିକା ଓ ବ୍ରିଟେନ୍‌ ଦେଇଥିବା ପ୍ରସ୍ତାବକୁ ଜର୍ମାନୀ ସମର୍ଥନ କରିଛି। ଇୟୋରିପିଆନ ୟୁନିୟନର ଆତଙ୍କବାଦୀ ତାଲିକାରେ ମାସୁଦକୁ ସାମିଲ କରିବାନେଇ ଚାଲିଛି ଆଲୋଚନା। ଏନେଇ ଫ୍ରାନ୍ସ ସହିତ ଜର୍ମାନୀ ବିଚାରବିମର୍ଶ କରୁଥିବା କହିଛି।

ମାସୁଦ ସମ୍ପର୍କରେ ୟୁରୋପିଆନ ୟୁନିଅନର ସବୁ ରାଷ୍ଟ୍ର ସହମତି ପ୍ରକାଶ କଲେ ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯିବ ବୋଲି ଜର୍ମାନୀ କହିଛି। ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା ନେଇ ପ୍ରସ୍ତାବକୁ ଜାତିସଂଘ ସୁରକ୍ଷା ପରିଷଦର ୧୫ଟି ରାଷ୍ଟ୍ର ମଧ୍ୟରୁ ୧୪ଟି ରାଷ୍ଟ୍ର ସମର୍ଥନ କରୁଛନ୍ତି। ହେଲେ ବେଜିଂର ବିରୋଧ ଯୋଗୁ ଚତୁର୍ଥ ଥର ଆତଙ୍କବାଦୀ ଘୋଷଣା ଉଦ୍ୟମ ବିଫଳ ହୋଇଛି। ତେବେ ଜାତିସଂଘର ବାଧ୍ୟବାଧ୍ୟକତା ୟୁରୋପିଆନ ୟୁନିଅନର ନାହିଁ ବୋଲି ଜର୍ମାନୀ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.