ଅପେକ୍ଷାର ଅନ୍ତ ଘଟିଲା : ୫୪ ଦିନ ଧରି ଦିଲ୍ଲୀ ବିମାନବନ୍ଦରରେ ଫସି ରହିଥିବା ଜର୍ମାନ୍ ନାଗରିକ ଫେରିଲେ ଘରକୁ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩/୦୫ : ଗତ ଦୁଇ ମାସ ହେଲା ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫସି ରହିଥିବା ଜର୍ମାନ୍ ନାଗରିକଙ୍କ ଅପେକ୍ଷାର ଅନ୍ତ ଘଟିଛି | ମଙ୍ଗଳବାର ସକାଳୁ ଦିଲ୍ଲୀ ବିମାନବନ୍ଦରରୁ ସେ ଆମଷ୍ଟରଡ୍ୟାମକୁ ଯାତ୍ରା କରିଛନ୍ତି | ଗତ ୫୪ ଦିନ ହେଲା ସେ ବିମାନବନ୍ଦରରେ ହିଁ ରହୁଥିଲେ | ମଙ୍ଗଳବାର ସକାଳୁ କେଏଲଏମ ଏୟାରଲାଇନ୍ସରେ ସେ ଭାରତ ଛାଡି ନିଜ ଦେଶକୁ ଫେରି ଯାଇଛନ୍ତି | 

{"id":269118,"width":574,"height":327,"sizeSlug":"large"}

୪୦ ବର୍ଷ ବୟସ୍କ ଜର୍ମାନ୍ ନାଗରିକ ଏଡ଼ଗାର୍ଡ ଜେବଟ୍ ଗତ ମାର୍ଚ୍ଚ ୧୮ ତାରିଖରେ ଭିଏତନାମରୁ ଦିଲ୍ଲୀରେ ପହଞ୍ଚିଥିଲେ | ଦିଲ୍ଲୀରୁ ସେ ଇସ୍ତାନବୂଲ୍ ଯାଇଥାନ୍ତେ | କିନ୍ତୁ କରୋନା ଯୋଗୁଁ ସରକାର ପୁରା ଦେଶରେ ଲକ୍ ଡାଉନ୍ ଘୋଷଣା କରିବା ଫଳରେ ସେ ଦିଲ୍ଲୀ ବିମାନବନ୍ଦରରେ ଫସି ଯାଇଥିଲେ | କରୋନା ଯୋଗୁଁ ତୁର୍କୀରୁ ଭାରତକୁ ଆସୁଥିବା ଭାରତରୁ ତୁର୍କୀକୁ ଯାଉଥିବା ବିମାନସେବା ରଦ୍ଦ କରାଯାଇଥିଲା | ୪ ଦିନ ପରେ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ କରିଥିଲା | ମାର୍ଚ୍ଚ ୨୫ ତାରିଖରେ ସମ୍ପୂର୍ଣ୍ଣ ଦେଶକୁ ଲକ ଡାଉନ ଘୋଷଣା କରାଯାଇଥିଲା | ଏହି ଲକ୍ ଡାଉନ୍ ମେ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ |

{"id":269114,"sizeSlug":"large"}

ଲକ୍ ଡାଉନ୍ ଯୋଗୁଁ ସମସ୍ତ ବିମାନସେବା ରଦ୍ଦ କରିଦିଆଯାଇଥିଲା ଯେଉଁଥିପାଇଁ ଏଡ଼ଗାର୍ଡ ଜେବଟ୍ ମଧ୍ୟ ବିମାନବନ୍ଦରରେ ଅଟକି ରହିଥିଲେ | ତାଙ୍କ ପାଇଁ ସମସ୍ୟା ହେଲା ତାଙ୍କ ଦେଶରେ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି | ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଥିପାଇଁ ବିଦେଶରେ ଥିବା ସମୟରେ ତାଙ୍କ ଦେଶ ତାଙ୍କୁ ନେବା ପାଇଁ ମନା କରିଦେଇଥିଲା | ତେବେ ତାଙ୍କର ଅପରାଧିକ ମାମଲା ଯୋଗୁଁ ଭାରତ ମଧ୍ୟ ତାଙ୍କୁ ଭିସା ଦେବା ପାଇଁ ଅସ୍ବୀକାର କରିଥିଲା | ତାଙ୍କୁ ନେଇ ଜର୍ମାନ୍ ଦୂତାବାସ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା |

ଏଡ଼ଗାର୍ଡ ଜେବଟ୍ ବିମାନବନ୍ଦରକୁ ନିଜ ଘର କରିଦେଇଥିଲେ | ସେ ସେଇଠି ରହୁଥିଲେ, ଖାଉଥିଲେ, ଶୋଉଥିଲେ, ସେଠାକାର ଶୌଚାଳୟ ମଧ୍ୟ ବ୍ୟବହାର କରୁଥିଲେ | ସେ ଦୀର୍ଘ ୫୪ ଦିନ କେବଳ ଖବରକାଗଜ ଓ ମାଗାଜିନ ପଢି ସମୟ କାଟୁଥିଲେ | ବିମାନବନ୍ଦର ଟର୍ମିନାଲରେ ମିଳୁଥିବା କିଛି ଫାଷ୍ଟଫୁଡ୍ ଖାଇ ବଞ୍ଚିଥିଲେ | ବିମାନବନ୍ଦର ଅଧିକାରୀ ତାଙ୍କୁ ଏକ ମଶାରୀ, ଟୁଥପେଷ୍ଟ, ଚେୟାର, ଖାଦ୍ୟ ଏବଂ ଆବଶ୍ୟକୀୟ ପଦାର୍ଥ ଯୋଗାଇ ଦେଇଛି |

{"id":269116,"sizeSlug":"large"}

ପାଖାପାଖି ସପ୍ତାହେ ପୂର୍ବରୁ ଏକ ରିଲିଫ୍ ଫ୍ଲାଇଟରେ ତାଙ୍କୁ ତୁର୍କୀ ପଠାଇବା ପାଇଁ ଯୋଜନା ହୋଇଥିଲା କିନ୍ତୁ ତୁର୍କୀସ ପ୍ରଶାସନ ଏହି ପ୍ରସ୍ତାବକୁ ଖାରଜ କରିଥିଲେ | ସେ କହିଥିଲେ ରିଲିଫ୍ ଫ୍ଲାଇଟ୍ କେବଳ ତୁର୍କୀସ ନାଗରିକଙ୍କ ପାଇଁ ଯେଉଁମାନେ ସେଠାକାର ସ୍ଥାୟୀ ବାସିନ୍ଦା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.