କରୋନାରେ ଆସିଲା ଖୁସିଖବର ! ଚୀନରୁ ଆଗରାକୁ କାରଖାନା ଉଠାଇଆଣିବେ ଜର୍ମାନ ଜୋତା କମ୍ପାନୀ

Published By : Prameya-News7 Bureau | May 25, 2020 IST

ଲକ୍ଷ୍ନୌ : କରୋନା ଭାଇରସ ସଂକ୍ରମଣ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଚୀନ ଉହାନରୁ ସାରା ବିଶ୍ୱକୁ ଭୂତାଣୁ ଚରିଯାଇଥିବା ବେଳେ ଏଥିଲାଗି ଚୀନର ବେପରୁଆ ସ୍ୱାସ୍ଥ୍ୟ ପରିଚାଳନା ଓ ସମୟ ପୂର୍ବ ସତର୍କତାକୁ ସାରା ବିଶ୍ୱଦାୟି କରୁଛି। ଚୀନ ପ୍ରତି ଅବିଶ୍ୱାସର ଭାବନା ସୃଷ୍ଟି ହୋଇଥିବା ବେଳେ ଏବେ ବିଭିନ୍ନ ଦେଶ ନିର୍ଭରତା ହ୍ରାସ ଲାଗି ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଜାପାନ ଚୀନ ବାହାରେ ଉପକ୍ରମ ସ୍ଥାପନା କଲେ ଉଦ୍ୟୋଗୀଙ୍କ ଲାଗି ପ୍ରୋତ୍ସାହନ ଘୋଷଣା କରିଥିବା ବେଳେ ଜର୍ମାନୀ ଉଦ୍ୟୋଗୀ ଆଉ ପାଦେ ଆଗରେ ଅଛନ୍ତି। 

{"id":275831,"sizeSlug":"large"}

ଚୀନରେ କାରଖାନା ସ୍ଥାପନା କରିଥିବା ଏକ ଜର୍ମାନ ଜୋତା କମ୍ପାନୀ ଉତ୍ତରପ୍ରଦେଶ ଆଗରାରେ ଫ୍ୟାକ୍ଟ୍ରି କରିବା ଲାଗି ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି। ନିଜେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏହି ସୂଚନା ଦେଇଛନ୍ତି। ଏହି କମ୍ପାନୀ ବାର୍ଷିକ ୩୦ଲକ୍ଷ ଜୋତା ଉତ୍ପାଦନ କରିବେ।  ଚୀନ ଠାରୁ ବି ଆମ ଦେଶରେ ଶ୍ରମ ଶସ୍ତା। ଏଣୁ ଜର୍ମାନ ଜୋତା କମ୍ପାନୀ ଆମ ରାଜ୍ୟରେ ଫ୍ୟକ୍ଟ୍ରି ସ୍ଥାପନା କରିବାର ଅନେକ ସମ୍ଭାବନା ଥିବା କହିଛନ୍ତି ଆଦିତ୍ୟ ନାଥ।

{"id":275832,"sizeSlug":"large"}

ସୋମବାର ସତର୍କତାରେ ସଫଳତା ଶିର୍ଷକ ଏକ କାର୍ଯ୍ୟକ୍ରମକୁ ୱେବନିୟର ଜରିଆରେ ସମ୍ବୋଧିତ କରି ଲକଡାଉନ କାଳରେ ୟୁପିର ଶ୍ରମିକଙ୍କ ଦୁର୍ଗତି ଓ ଦୁର୍ବ୍ୟବହାର ଲାଗି ଯୋଗୀ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରମିକଙ୍କ ଲାଗି ଛାତିଫଟା ଚିତ୍କାର କରୁଥିବା ରାଜନୈତିକ ଦଳଙ୍କ ଲାଗି ରାଜ୍ୟର ଶ୍ରମିକଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି ବୋଲି ଯୋଗୀ କହିଛନ୍ତି। ସେମାନେ ଚାହିଁଥିଲେ ଶ୍ରମିକଙ୍କୁ ପଳାୟନରୁ ଅଟକାଇ ପାରିଥାନ୍ତେ। ସେମାନଙ୍କୁ ଆଶ୍ରା ଓ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ ଏତେବଡ ପଳାୟନକୁ ଅଟକା ଯାଇ ପାରିଥାନ୍ତା। ହେଲେ ସେମାନେ କଲେ ନାହିଁ ଏବେ ସେମାନଙ୍କୁ ଏହାର ଫଳ ଭୋଗିବାକୁ ପଡିବବୋଲି ଯୋଗୀ କହିଛନ୍ତି।

{"id":275833,"width":579,"height":385,"sizeSlug":"large"}

ଉତ୍ତରପ୍ରଦେଶ ସରକାର ଏବେ ନିଜ ଶ୍ରମିକଙ୍କ ଦାୟିତ୍ୱ ନିଜେ ନେବେ। ଯାହାର ଶ୍ରମିକ ଦରକାର ସେ ସରକାରଙ୍କ ସହ ଯୋଗାଯୋଗ କରିବେ। ଆମେ ଆମ ଶ୍ରମିକଙ୍କୁ ସୁରକ୍ଷା କବଚ ପିନ୍ଧାଇ ଏବେ ବାହାର ରାଜ୍ୟକୁ ପଠାଇବୁ। ସେମାନଙ୍କୁ ଛାଡିବା ପୂର୍ବରୁ ଉତ୍ତମ ପ୍ରଶିକ୍ଷଣ ବି ଦେବୁ। କେହି ଆମ ଶ୍ରମ ଶକ୍ତିର ଆଉ ଅପମାନ କରିବାର ଦୁଃସାହାସ କରିବେନି ବୋଲି ଯୋଗୀ କହିଛନ୍ତି। ଆମ ରାଜ୍ୟର ଶ୍ରମିକ ପରିଶ୍ରମୀ, ସଂକ୍ରମଣ ସେମାନଙ୍କର କିଛି କରିପାରିବନି। ସେମାନେ ପରିଶ୍ରମ କରି ଝାଳ ବୁହାଉଛନ୍ତି। ଏଣୁ ୭ ଦିନରେ ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସୁଛି। ସାଧାରଣ ଲୋକେ ୧୪ ଦିନରେ ବି ସୁସ୍ଥ ହେଉନଥିବା କହିଛନ୍ତି ଯୋଗୀ। ଏଣୁ ଆମ ଶ୍ରମିକଙ୍କୁ ନେଇ ସମସ୍ୟା ନଥିବା ବେଳେ ସେମାନଙ୍କୁ ବିନା ପାରିଶ୍ରମିକରେ ପାଦରେ ଚଲାଇ ଛାଡିଥିବା ସଂସ୍ଥା ଓ ରାଜ୍ୟ ଏବେ ଉଚିତ ଶିକ୍ଷା ପାଇବେ ବୋଲି ଯୋଗୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.