Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବାଲୁକା କଳାରେ ନିର୍ମିତ ବିଶାଳ କିଲାକୁ ମିଳିଲା ଗିନିଜ୍ ବୁକ୍ ରେ ସ୍ଥାନ,ପୂର୍ବରୁ ବି ଜର୍ମାନ ନାମରେ ଥିଲା ରେକର୍ଡ

15/06/2019 at 3:25 PM

ହେମବର୍ଗ : ଜର୍ମାନ ରୁଏଗେନ ଦ୍ବୀପରେ ଅନୁଷ୍ଠିତ ଶିଳ୍ପ ପ୍ରଦର୍ଶନୀରେ ନିର୍ମିତ ବାଲୁକା କଳାର ବିଶାଳ କିଲ୍ଲାକୁ  ଗିନିଜ୍ ବୁକ୍ ଅଫ  ୱାର୍ଲଡ ରେକର୍ଡସରେ ସ୍ଥାନ ମିଳିଛି। ଜର୍ମାନର ଥମସ ବେନ ଡଙ୍ଗନ ଓ ତାଙ୍କର ୨୦ ଜଣ ସହଯୋଗୀ ବାଲୁକା କଳାକାର ମିସି ଏହି ବିଶାଳ କଳାକୃତି ନିର୍ମାଣ କରିଛନ୍ତି। ରୁଏଗନର ବିଂତସ୍  ରିଜର୍ଟ ଆଇଲ୍ୟାଣ୍ଡରେ ନିର୍ମିତ ଏହି ବାଲୁକା କଳାକୃତିକୁ ଏଠାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଦେଖିପାରିବେ।

ଏହି ବିଶାଳ ବାଲୁକା କିଲ୍ଲାର ଉଚ୍ଚତା ରହିଛି ୧୬.୬୬ ମିଟର। ଗତବର୍ଷ ଅନୁଷ୍ଠିତ ପ୍ରତିଯୋଗୀତାରେ ନିର୍ମିତ ସର୍ବବୃହତ୍ତ କଳାକୃତିର ଉଚ୍ଚତା ଥିଲା ୧୬.୬୮ ମିଟର। ଏହି କଳାକୃତି ନିର୍ମାଣ ନିମନ୍ତେ କଳାକାରମାନଙ୍କୁ ପ୍ରାୟ ଦେଢମାସ ସମୟ ଲାଗିଥିବା ବେଳେ ୧୧ଟନରୁ ବି ଅଧିକ ବାଲି ଉପଯୋଗ ହୋଇଛି। ଏଥିପାଇଁ କଳାକାରମାନେ ପ୍ରଥମେ ୨୭ ମିଟର ଉଚ୍ଚତାର ଏକ ବିଶାଳ କୋନ ନିର୍ମାଣ କରିଥିଲେ। ପରେ ଏତିରେ ସୁକ୍ଷ୍ମ କଳାକୃତି ଉକୁଟେଇଥିଲେ।

ଆମେରିକୀୟ ଟେଲିଭିଜନରେ ପ୍ରସାରିତ ହେଉଥିବା ଗେମ୍ ଅଫ ଥ୍ରୋନ୍ସ ର ବିଶାଳ ମହଲା ଅନୁକରଣରେ ଏହି କିଲ୍ଲାକୁ ଥମସନ୍ ଓ ତାଙ୍କ ସାଥୀମାନେ ନିର୍ମାଣ କରିଥିବା ବେଳେ ଏବେ ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ଚଳିତବର୍ଷ ଏହି ବାଲୁକା କାରିଗରିରେ ଯେଉଁମାନଙ୍କର ଯୋଗଦାନ ରହିଛି ସେଥିରେ ନେଦରଲ୍ୟାଣ୍ଡସ୍, ଋଷ, ହଙ୍ଗେରୀ, ଲାଟିଭ୍ୟା ଓ ପୋଲାଣ୍ଡର କଳାକାରମାନେ। ପୂର୍ବରୁ ମଧ୍ୟ ବିଶାଳ ବାଲୁକା କଳାକୃତି ନିର୍ମାଣରେ ଜର୍ମାନୀର ରେକର୍ଡ  ରହିଛି।

   Related Posts