Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

କରୋନା ଟିକାକରଣ ସଚେତନତା: ବିମାନ ଦ୍ବାରା ଆକାଶରେ ବିଶାଳ ‘ଇଞ୍ଜେକ୍ସନ’ ତିଆରି କଲେ ୨୦ ବର୍ଷୀୟ ଜର୍ମାନ ପାଇଲଟ୍‌

27/12/2020 at 9:04 PM

ନୂଆଦିଲ୍ଲୀ  ୨୭/୧୨: କରୋନା ମହାମାରୀ ବିରୋଧରେ ବିଶ୍ବ ଦୃଢ଼ତାର ସହ ଲଢ଼େଇ କରୁଛି। ବିଭିନ୍ନ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ, ଆମେରିକା, ଋଷ ସମେତ ଅନେକ ଦେଶରେ କରୋନା ପାଇଁ ଟିକାକରଣ ଚାଲିଛି। ୟୁରୋପରେ କରୋନା ଭ୍ୟାକ୍ସିନେସନ୍ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜର୍ମାନୀର ଜଣେ ପାଇଲଟ୍ ନିଆରା ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି।

ଆକାଶରେ ୨୦୦ କି.ମି ଉଡ଼ାଣ କରି ଆକାଶରେ ବିଶାଳ ଇଞ୍ଜେକ୍ସନ୍‌ (ସିରିଞ୍ଜ) ତିଆରି କଲେ ପାଇଲଟ୍ ସାମି କ୍ରାମର। ତେବେ ୨୦ ବର୍ଷୀୟ ସାମି ଆକାଶରେ ନିର୍ମାଣ କରିଥିବା ଇଞ୍ଜେକ୍ସନ ଜିପିଏସ୍‌ ଡିଭାଇସ୍‌ରେ ବି ଦେଖାଯାଇପାରୁଛି। ସିରିଞ୍ଜ ଆକୃତିର ରୁଟ୍‌ ଇଣ୍ଟେରନେଟ୍‌ରେ ଦେଖିବାକୁ ମିଳୁଛି।

ବହୁ ଲୋକ ଟିକାକରଣକୁ ବିରୋଧ କରୁଥିବା ବେଳେ ମୋର ଏହି ପ୍ରୟାସ ସେମାନଙ୍କୁ ଭାବିବାକୁ ବାଧ୍ୟ କରିବ ବୋଲି ସାମି କହିଛନ୍ତି। ରବିବାର ଏନେଇ ସାମ ରୟଟର୍ସକୁ କହିଛନ୍ତି।  

ଅନ୍ୟପଟେ କରୋନା ମହାମାରୀ ବେସାମରିକ ବିଭାଗ ଉପରେ ମଧ୍ୟ ଦାଉ ସାଧିଥିଲା । ତେଣୁ ଏଭଳି ଏକ ପ୍ରୟାସ ଏକ ଖୁସିର କିରଣ ସଦୃଶ ହୋଇପାରେ ବୋଲି କ୍ରାମର କହିଛନ୍ତି। ଜର୍ମାନ ସରକାର ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ୧.୩ ମିଲିୟନ୍‌ ଭ୍ୟାକ୍‌ସିନ୍‌ ଡୋଜ୍‌ ଦୋବକୁ ସ୍ଥିର କରିଛନ୍ତି। ଆସନ୍ତା ବର୍ଷ ପ୍ରତି ସପ୍ତାହରେ ୭ ଲକ୍ଷ ଟିକାକରଣ ହେବ ବୋଲି ମଧ୍ୟ ଜଣାପଡ଼ିଛି।

   Related Posts