କରୋନାରେ ଭୁଶୁଡିଲା ଦେଶର ଅର୍ଥନୀତି, ଆତ୍ମହତ୍ୟା କଲେ ଅର୍ଥ ମନ୍ତ୍ରୀ

Published By : Prameya-News7 Bureau | March 29, 2020 IST

ଫ୍ରାଙ୍କଫର୍ଟ ୨୯।୦୩: ଜର୍ମାନୀର ହେସେ ରାଜ୍ୟର ଅର୍ଥ ମନ୍ତ୍ରୀ ଥୋମାସ ସଫର କରୋନା ଭାଇରସ କାରଣରୁ ଦେଶର ଭୁଶୁଡୁଥିବା ଅର୍ଥବ୍ୟବସ୍ଥାରେ ଚିନ୍ତିତ ହୋଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ସେ ମାନସିକ ସ୍ତରରେ ଏତେ ଚିନ୍ତିତ  ଥିଲେ ଯେ, ଦେଶର ଅର୍ଥବ୍ୟବସ୍ଥାକୁ କେମିତି ସଜଡା ଯିବ। ରାଜ୍ୟର ପ୍ରିମିୟର ଓ୍ଵଲକର ରବିବାର ଏହାର ସୂଚନା ଦେଇଛନ୍ତି।

୫୪ ବର୍ଷୀୟ ସଫରଙ୍କ ମୃତ ଶରୀର ରେଲଓ୍ଵେ ଟ୍ରାକ ନିକରଟୁ ମିଳିଛି। ପ୍ରିମିୟର ଓ୍ଵଲକର ନିଜ କ୍ୟାବିନେଟ୍ ସହଯୋଗୀ ମୃତ୍ୟୁରେ ଦୁଃଖ ପ୍ରକଟ୍ କରିଛନ୍ତି। ସେ କହିଛନ୍ତି ଯେ, ଆମେ ବିଶ୍ଵାସ କରି ପାରୁନାହିଁ ଯେ, ଅର୍ଥ ମନ୍ତ୍ରୀ ଆତ୍ମହତ୍ୟା କରିବେ। ଏହି ଘଟଣା ନେଇ ଆମେ ଦୁଃଖିତ ଓ ମର୍ମାହତ।

{"id":246064,"sizeSlug":"large"}

ପ୍ରିମିୟର ଓ୍ଵଲକର ସଫରଙ୍କ ମୃତ୍ୟୁ ଖବରର ସୂଚନା ଦେଉଥିଲେ ସେହି ସମୟରେ ତାଙ୍କ ଚେହେରାରେ ଦୁଃଖ ସ୍ପଷ୍ଟ ବାରି ହୋଇ ପଡୁଥିଲା। ସଫର ୧୦ ବର୍ଷରୁ ଓ୍ଵଲକରଙ୍କ ଆର୍ଥିକ ସହଯୋଗୀ ଥିଲେ। ସେ କରୋନା ଭାଇରସ୍ କାରଣରୁ କ୍ଷତି ଘଟୁଥିବା ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ଦିନରାତି କାମ କରୁଥିଲେ ଏବଂ କମ୍ପାନୀର କର୍ମଚାରୀଙ୍କୁ ସାହାଯ୍ୟ କରୁଥିଲେ।

ଓ୍ଵଲକର କହିଛନ୍ତି ଯେ, ସଫର ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଥିଲେ। ଏହା ନିଶ୍ଚିତ ରୂପେ ଆମ ପାଇଁ କଠିନ ସମୟ। କୁହାଯାଉଥିଲା ଯେ, ଓ୍ଵଲକରଙ୍କ ପରେ ସଫର ଆଗାମୀ ପ୍ରିମିୟର ହେବେ। ଓ୍ଵଲକରଙ୍କ ପରି ସଫର ମଧ୍ୟ ଚାନ୍‌ସେଲର ଏଙ୍ଗଲା ମର୍କେଲଙ୍କ ସେଣ୍ଟର ରାଇଟ୍ ସିଡିୟୁ ପାର୍ଟିର ସଦସ୍ୟ ଥିଲେ। ତାଙ୍କ ପରିବାରରେ ପତ୍ନୀ ବ୍ୟତୀତ ଦୁଇ ଜଣ ପିଲା ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.