ମାର୍ଚ୍ଚ ୧୮ ତାରିଖରୁ ୫୪ ଦିନ ହେଲା ଦିଲ୍ଲୀ ବିମାନବନ୍ଦରରେ ଫସି ରହିଛନ୍ତି ଜର୍ମାନ ନାଗରିକ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : ଜଣେ ୪୦ ବର୍ଷୀୟ ଜର୍ମାନ ବ୍ୟକ୍ତି ଗତ ୫୪ ଦିନ ଧରି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଗମନାଗମନ ଅଞ୍ଚଳରେ ରହୁଛନ୍ତି | ୨୦୦୪ ମସିହା ଷ୍ଟିଭେନ୍ ସ୍ପିଲବର୍ଗଙ୍କ ଫିଲ୍ମ “ଟର୍ମିନାଲ୍” ରେ ଟମ ହ୍ୟାଙ୍କଙ୍କ ଦ୍ୱାରା ଅଭିନୀତ ଫିଲ୍ମ ଚରିତ୍ର ଭଳି ଏହାର ସାମଞ୍ଜସ୍ୟ ରହିଛି |

ଜର୍ମାନ ନାଗରିକ ଏଡ଼ଗାର୍ଡ ଜେବଟ ମାର୍ଚ୍ଚ ୧୮ ତାରିଖରେ ହାନୋଇରୁ ଇସ୍ତାନବୂଲକୁ ଯାତ୍ରା କରିଥାନ୍ତେ | ସେହିଦିନ ଭାରତ ତ୍ରୖକିକୁ ଥିବା ସମସ୍ତ ବିମାନସେବା ରଦ୍ଦ କରିଥିଲା | କରୋନା ଯୋଗୁଁ ତୁର୍କୀରୁ ଭାରତକୁ ଆସୁଥିବା ଭାରତରୁ ତୁର୍କୀକୁ ଯାଉଥିବା ବିମାନସେବା ରଦ୍ଦ କରାଯାଇଥିଲା | ୪ ଦିନ ପରେ ଭାରତ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ କରିଥିଲା | ମାର୍ଚ୍ଚ ୨୫ ତାରିଖରେ ସମ୍ପୂର୍ଣ୍ଣ ଦେଶକୁ ଲକ ଡାଉନ ଘୋଷଣା କରାଯାଇଥିଲା | ଏହି ଲକ ଡାଉନ ମେ ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ | 

ସେତେବେଳେ କିଛି ଯାତ୍ରୀ ବିମାନବନ୍ଦରରେ ଅଟକି ରହିଥିଲେ | ସେତେବେଳେ ଏଡ଼ଗାର୍ଡ ଜେବଟ ମଧ୍ୟ ବିମାନବନ୍ଦରରେ ଅଟକି ରହିଥିଲେ | ତାଙ୍କ ପାଇଁ ସମସ୍ୟା ହେଲା ତାଙ୍କ ଦେଶରେ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି | ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେଥିପାଇଁ ବିଦେଶରେ ଥିବା ସମୟରେ ତାଙ୍କ ଦେଶ ତାଙ୍କୁ ନେବା ପାଇଁ ମନା କରିଦେଇଥିଲା | ତେବେ ତାଙ୍କର ଅପରାଧିକ ମାମଲା ଯୋଗୁଁ ଭାରତ ମଧ୍ୟ ତାଙ୍କୁ ଭିସା ଦେବା ପାଇଁ ଅସ୍ବୀକାର କରିଥିଲା | ତାଙ୍କୁ ନେଇ ଜର୍ମାନ ଦୂତାବାସ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା |

ମର୍ଚ୍ଚ ୧୮ ତାରିଖରେ ଏଡ଼ଗାର୍ଡ ଜେବଟ ଭିଏତନାମରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ | ସେ ଦିଲ୍ଲୀରୁ ଇସ୍ତାନବୂଲ ଯାତ୍ରା କରିବାର ଥିଲା | କିନ୍ତୁ ଠିକ ସେହି ସମୟରେ ଇସ୍ତାନବୂଲକୁ ସମସ୍ତ ବିମାନସେବା ରଦ୍ଦ ହୋଇଯାଇଥିଲା |

{"id":268015,"sizeSlug":"large"}

ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀର ଏକ ଗମନାଗମନ ଅଞ୍ଚଳରେ ଅନ୍ୟ ୪ ଜଣ ଯାତ୍ରୀଙ୍କ ସହ ପାଖାପାଖି ସପ୍ତାହେ ରହିଥିଲେ | ଏହି ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଶ୍ରୀଲଙ୍କା, ଜଣେ ମାଲଦ୍ଵୀପ ଓ ଜଣେ ଫିଲିପାଇନ୍ସର ଥିଲେ | ଏନେନି ବିମାନବନ୍ଦର କର୍ତ୍ତୃପକ୍ଷ ନିଜ ନିଜ ଦୂତାବାସଙ୍କୁ ସୂଚନା ଦେଇଥିଲେ |

ଜର୍ମାନ ଦୂତାବାସର ଅଧିକାରୀମାନେ ଭାରତୀୟ ଇମିଗ୍ରେସନ ବ୍ୟୁରୋକୁ ସୂଚନା ଦେଇଥିଲେ, ଅନ୍ୟମାନେ ସେମାନଙ୍କ ଦୂତାବାସ ଦ୍ୱାରା ସୁବିଧାଜନକ ଭାବେ କ୍ଵାରେଣ୍ଟାଇନରେ ଅଛନ୍ତି କିନ୍ତୁ ଜିଓବାଟ୍ ଜର୍ମାନର ଜଣେ ୱାଣ୍ଟେଡ ଅପରାଧୀ ଏବଂ ତା ବିରୋଧରେ ଅନେକ ଅପରାଧିକ ମାମଲା ରହିଛି | ତଥାପି ସେ ଯେହେତୁ ବିଦେଶରେ ଅଛି ଦେଶ ତାକୁ ହେପାଜତ ନେବେନାହିଁ ବୋଲି ଜର୍ମାନ ଦୂତାବାସ ସଫା ସଫା ମନା କରିଦେଇଥିଲେ | ଦିଲ୍ଲୀ ପୋଲିସ ଓ ବିମାନବନ୍ଦର ଅଧିକାରୀ ପରିସ୍ଥିତି ସମ୍ପର୍କରେ ଅବଗତ ଥିବା ଅଧିକାରୀ କହିଥିଲେ |

ଅଧିକାରୀ କହିଛନ୍ତି ଯେ, ଯେହେତୁ ଜେବଟର ଅପରାଧିକ ପୃଷ୍ଠଭୂମି ରହିଛି ସେଥିପାଇଁ ଭାରତ ତାଙ୍କୁ ଭିସା ଦେଇ ନ ଥିଲା |  ଭାରତରେ ବ୍ୟକ୍ତିଗତ ଭିସା ମାମଲାର ମୂଲ୍ୟାଙ୍କନ କରିବା ସମୟରେ ଅପରାଧିକ ମାମଲାକୁ ବିଚାରକୁ ନିଆଯାଏ | ସେଥିପାଇଁ ସେ ବିମାନବନ୍ଦର ପରିସର ବିମାନବନ୍ଦର ଗମନାଗମନ କ୍ଷେତ୍ର ଛାଡିବାକୁ ଅନଧିକୃତ ଥିଲେ | ଭାରତରେ ଜଣେ ଅନ୍ତର୍ଜାତୀୟ ଯାତ୍ରୀ କୌଣସି ଗମନାଗମନ କ୍ଷେତ୍ରରେ କେବଳ ଦିନେ ପାଇଁ ରହିପାରେ | ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ପାଇଁ ଭାରତୀୟ ଭିସା ଆବଶ୍ୟକ ହୋଇଥାଏ | ତେବେ ଅଧିକାରୀଙ୍କ ଭାବେ ଜେବଟ ଭାରତୀୟ ଭିସା ପାଇଁ ଆବେଦନ କରିନଥିଲେ |

{"id":268016,"sizeSlug":"large"}

ଅଧିକାରୀ କହିଛନ୍ତି ଯେ, ଫିଲ୍ମ 'ଦ ଟର୍ମିନାଲ'ରେ ନାଭୋର୍ସ୍କି ମଧ୍ୟ ଭାରତୀୟ ଭିସା ପାଇଁ ଆବେଦନ କରିନଥିଲେ | ଫିଲ୍ମରେ ନାଭୋର୍ସ୍କି ପୂର୍ବ ୟୁରୋପୀୟ ଦେଶ କ୍ରାକୋଜିଆରୁ ନ୍ୟୁୟର୍କ କେନେଡି ବିମାନବନ୍ଦରରେ ପହଞ୍ଚିଥିଲେ | ଗୃହଯୁଦ୍ଧ ପରେ ଆମେରିକା କ୍ରାକୋଜିଆକୁ ସ୍ୱତନ୍ତ୍ର ଦେଶ ଭାବେ ସ୍ୱୀକୃତି ଦେଇନାହିଁ | ସେଥିପାଇଁ ଭିକ୍ଟରଙ୍କୁ ନିଜ ଦେଶକୁ ଫେରିବାକୁ କିମ୍ବା ଆମେରିକା ଯିବାକୁ ଅନୁମତି ନଥିଲା ଯାହାଫଳରେ ସେ ଗୃହଶୂନ୍ୟ ହୋଇଯାଇଥିଲେ | ସେଥିପାଇଁ ସେ ବିମାନବନ୍ଦର ଟର୍ମିନାଲରେ ୯ ମାସ ପର୍ଯ୍ୟନ୍ତ ରହିଥିଲେ କାରଣ ସେ ଆମେରିକାକୁ ଯାଇପାରିନଥିଲେ | 

ଜେବଟ ମଧ୍ୟ ଦିଲ୍ଲୀ ବିମାନବନ୍ଦରରେ ନିଜ ଲଗେଜ ଧରି ମାର୍ଚ୍ଚ ୧୮ ତାରିଖରୁ ଅଛନ୍ତି | ମାର୍ଚ୍ଚ ୨୨ ତାରିଖରୁ ସମସ୍ତ ବିମାନସେବା ରଦ୍ଧ ହୋଇଛି | କେବଳ କାର୍ଗୋ ବିମାନ ଏବଂ କିଛି ସ୍ପେଶାଲ ଚଳାଚଳ ହେଉଛି ଯେଉଁଥିରେ ୧୨ଟି ଦେଶରେ ଫସିରହିଥିବା ୧୫ ହଜାର ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି |

ଆଉ ଜଣେ ବିମାନବନ୍ଦର ଅଧିକାରୀଙ୍କ କହିବାନୁଯାୟୀ, ଜେବଟ ୫୪ ଦିନ ହେଲା କେବଳ ଖବରକାଗଜ ଓ ମାଗାଜିନ ପଢି ସମୟ କାଟୁଛନ୍ତି | ଏହାସହ ନିଜ ପରିବାର ସଦସ୍ୟଙ୍କ ସହ ଫୋନରେ କଥାବାର୍ତ୍ତା କରୁଛନ୍ତି | ବିମାନବନ୍ଦର ଟର୍ମିନାଲରେ ମିଳୁଥିବା କିଛି ଫାଷ୍ଟଫୁଡ ଖାଇ ବଞ୍ଚିଛନ୍ତି | ବିମାନବନ୍ଦର କର୍ମଚାରୀଙ୍କ କଥାବାର୍ତ୍ତା କରୁଛନ୍ତି, ବିମାନବନ୍ଦର ବାଥରୁମ ବ୍ୟବହାର କରୁଛନ୍ତି, ବିମାନବନ୍ଦରର ଗମନାଗମନ କ୍ଷେତ୍ରରେ ଚାଲବୁଲ କରୁଛନ୍ତି | ବିମାନବନ୍ଦର ଅଧିକାରୀ ତାଙ୍କୁ ଏକ ମଶାରୀ, ଟୁଥପେଷ୍ଟ, ଚେୟାର, ଖାଦ୍ୟ ଏବଂ ଆବଶ୍ୟକୀୟ ପଦାର୍ଥ ଯୋଗାଇ ଦେଇଛି |

ଜେବଟ କହିଛନ୍ତି ଯେ, ଏହିଭଳି ପରିସ୍ଥିତିରେ ସେ ନିଜ ଜୀବନ ଶୈଳୀରେ କିଛି ଆଡ଼ଜଷ୍ଟମେଣ୍ଟ କରିପାରିବେ | ଅସୁବିଧା ସମୟରେ ସେ ବେଡ଼, ବେଞ୍ଚ କିମ୍ବା ତଳେ ମଧ୍ୟ ଶୋଇପାରିବେ | ସେ ସେଠାରେ ଏକା ଅଛନ୍ତି | ତାଙ୍କ ଛଡା ଆଉ କୌଣସି ଯାତ୍ରୀ ସେଠାରେ ନାହାନ୍ତି |

ଦିଲ୍ଲୀ ବିମାନବନ୍ଦର ମୁଖପାତ୍ର କହିଛନ୍ତି ଯେ, ଜଣେ ବିଦେଶୀ ନାଗରିକ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରର ଗମନାଗମନ କ୍ଷେତ୍ରରେ ଫସିରହିଛନ୍ତି କାରଣ ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି | ତେବେ ଜେବଟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ |

ଏପ୍ରିଲ ମଧ୍ୟଭାଗରେ ଜେବଟଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ଅଧିକାରୀ ଚିନ୍ତିତ ଥିଲେ | କିଛି ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ | ତେବେ ସେ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ଥିବା ସେ କହିଥିଲେ | ବିମାନବନ୍ଦରର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଥିଲା କିନ୍ତୁ ସେମିତି କିଛି ସନ୍ଦେହଜନକ ତଥ୍ୟ ହାସଲ ହୋଇନଥିଲା | ଏହାପରେ କିଛି ଅଧିକାରୀ ପ୍ରତିଦିନ ଜେବଟଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଥିଲେ | ସେତେବେଳେ ଜେବଟ କହିଥିଲେ ଜେ ଯଦି ତାଙ୍କର ଫେରିବା ପାଇଁ କିଛି ସୁବିଧା କରାଯାଇପାରେ ତାହେଲେ ସେ ଟିକେଟ ପାଇଁ ଟଙ୍କା ଦେବେ | ତାଙ୍କ ପାଖରେ ଅନେକ ଦେଶର ଭିସା ଥିଲା | ତେବେ ଅଧିକାରୀ କହିଥିଲେ ଯଦି ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହୁଏ ତାହେଲେ ସେ ତାଙ୍କୁ ସାହାଯ୍ୟ କରିପାରିବେ |

ତେବେ ଭାରତରୁ ଅନ୍ତର୍ଜାତୀୟ ବିମାନସେବା କେବେଠାରୁ ଆରମ୍ଭ ହେବ ସେନେଇ ନିଷ୍ପତ୍ତି ନିଆଯାଇନାହିଁ | ଅଧିକାରୀ କହିଛନ୍ତି ଯେ, ବିମାନସେବା ଆରମ୍ଭ ହେବାପରେ ଜିବଟ ଯୁଆଡେ ଚାହିଁବେ ଯାଇପାରିବେ | କିନ୍ତୁ ବିମାନସେବା ଆରମ୍ଭ ନହେବା ଯାଏଁ ସେ ବିମାନବନ୍ଦରରେ ହିଁ ରହିବେ | ସପ୍ତାହେ ପୂର୍ବରୁ ତାଙ୍କୁ ରିଲିଫ ଫ୍ଲାଇଟରେ ତୁର୍କୀକୁ ପଠାଇବା ପାଇଁ ଏକା ପ୍ରୟାସ କରାଯାଇଥିଲା କିନ୍ତୁ ତୁର୍କୀସ ଅଧିକାରୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ | ସେ କହିଥିଲେ ଯେ ଏହି ଉଡ଼ାଣ କେବଳ ତୁର୍କୀ ନାଗରିକ କିମ୍ବା ସେମାନଙ୍କ ସ୍ଥାୟୀ ବାସିନ୍ଦାଙ୍କ ପାଇଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.