ଡ୍ରାଗନକୁ ଲାଗିଲା ଆଉ ଏକ ଝଟକା, ଚୀନ ଛାଡି ଭାରତ ଆସୁଛି ଜର୍ମାନୀର ଫୁଟ୍ଓ୍ଵେୟର ବ୍ରାଣ୍ଡ କମ୍ପାନୀ

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୦୫: ଚୀନକୁ ପୁଣି ଲାଗିଲା ଆଉ ଏକ  ଝଟକା। ସୂଚନା ଅନୁଯାୟୀ ଜର୍ମାନ ଫୁଟ୍‌ଓ୍ଵେୟର ବ୍ରାଣ୍ଡ ଭନ ଓ୍ଵେଲ୍ସ କମ୍ପାନୀ ନିଜର ପ୍ରଡକ୍ସନ ୟୁନିଟ୍‌ ଚୀନରୁ  ହଟାଇ ଭାରତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି।  କମ୍ପାନୀ ଭାରତରେ ନିଜର ପ୍ରଡକ୍ସନ ୟୁନିଟ୍ ଆଗ୍ରାରେ ସ୍ଥାପନ କରିବ। ଏଥିପାଇଁ କମ୍ପାନୀ ଲେଟ୍ରିକ ଇଣ୍ଡଷ୍ଟ୍ରିଜ୍ ସହିତ ଚୁକ୍ତିନାମା କରିଛି।

ଫୁଟ୍‌ଓ୍ଵେୟର ବ୍ରାଣ୍ଡ ରୂପେ ପରିଚିତ ଭନ ଓ୍ଵେଲ୍ସର ଉପକରଣ ପାଦ, ଆଣ୍ଠୁ ଓ ବେକ୍‌ ଯନ୍ତ୍ରଣା କମ୍ କରିବାରେ କାମ କରିଥାଏ। ପୂରା ଦୁନିଆରେ ୮୦ଟି ଦେଶରେ ଏହାର ଉପକରଣ ବିକ୍ରି ହୋଇଥାଏ।  କମ୍ପାନୀର ପ୍ରାୟ ୧୦ କୋଟି ଗ୍ରାହକ ଅଛନ୍ତି। ଏହି ବ୍ରାଣ୍ଡକୁ ୨୦୧୯ରେ ଲଞ୍ଚ କରାଯାଇଥିଲା। ପୂରା ଦୁନିଆରେ ଏହାର ୫୦୦ ରିଟେଲ୍‌ ଷ୍ଟୋର ରହିଛି। ଏହା ବ୍ୟତୀତ ଅନ୍‌ଲାଇନ୍‌ ବିକ୍ରି ମଧ୍ୟ ହୋଇଥାଏ।

ଏହା ପୂର୍ବରୁ ମୋବାଇଲ ଉପକରଣ ନିର୍ମାତାକାରୀ ଘରୋଇ କମ୍ପାନୀ ଲାଭା ଚୀନକୁ ବଡ ଝଟକା ଦେଇଛି। କମ୍ପାନୀ ଚୀନ ଛାଡି ଭାରତରେ ନିଜର ୟୁନିଟ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ନିକଟରେ ପରିବର୍ତ୍ତନ ହୋଇଥିବା ନୀତିଗତ ପରିବର୍ତ୍ତନ ପରେ କମ୍ପାନୀ ଏହି ପଦକ୍ଷେପ ନେବାକୁ ନିର୍ଣ୍ଣୟ ନେଇଛି। କମ୍ପାନୀର ସିଏମଡି କହିଛି, ତାଙ୍କର ସ୍ଵପ୍ନ ଚୀନ ଭାରତଠୁ ମୋବାଇଲ ଆମଦାନୀ କରୁ। କମ୍ପାନୀ ନିଜର ମୋବାଇଲ ଫୋନର ବିକାଶ ଓ ମ୍ୟାନୁଫେଚକରର ପରିଚାଳନାକୁ ବଢାଇବା ଲାଗି ଆଗାମୀ ପାଞ୍ଚ ବର୍ଷରେ ୮୦୦ କୋଟି ଟଙ୍କା  ନିବେଶ କରିବାକୁ ଯୋଜନା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.