Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ

27/09/2021 at 2:50 PM

ଜର୍ମାନୀ, ୨୭।୦୯ :   ଜର୍ମାନୀରେ ପ୍ରାୟ ୧୫ ବର୍ଷ ଧରି ଚାନ୍ସସେଲର ପଦରେ ଥିବା  ଆଞ୍ଜେଲା ମାର୍କେଲଙ୍କ ରାଜନୈତିକ ଯାତ୍ରା ଶେଷ ହୋଇଯାଇଛି । ସେ ନିଜ ସନ୍ୟାସ ବାବଦରେ ଘୋଷଣା କରିବା ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନର ଫଳାଫଳ ଧିରେଧିରେ ସାମ୍ନାକୁ ଆସିବାରେ ଲାଗିଛି । ପ୍ରାଥମିକ ଗଣତି ଅନୁସାରେ, ମାର୍କେଲଙ୍କ ଦଳ ପରାସ୍ତ ହୋଇଥିବା ନଜର ଆସିଛି। ତେବେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ।

ରବିବାର ଜର୍ମାନୀରେ ଭୋଟଦାନ ହୋଇଥିଲା । ଏହାପରେ ଗଣନା ଆରମ୍ଭ ହୋଇଥିଲା  । ପ୍ରାଥମିକ ଟ୍ରେଣ୍ଡ୍ ଅନୁସାରେ ଏଥିରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି(ଏସଡିପି)କୁ ୨୬ ପ୍ରତିଶତ ଭୋଟ୍ ମିଳିଛି ।ତେବେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ପାର୍ଟି(ସିଡିୟୁ)କୁ ୨୪ ପ୍ରତିଶତ ଭୋଟ୍ ମିଳିଛି । ଏହା ହେଉଛି ମର୍କେଲଙ୍କ ଦଳ ।

ତେବେ କୌଣସି ଦଳ ନିଜ ପରାଜୟ ମାନିନାହାଁନ୍ତି । ଏହି ମୁକାବିଲା ଓ ଗଣତି ଶେଷ ଯାଏଁ ଯିବ ବୋଲି କୁହାଯାଉଛି । ଆହୁରି ମଧ୍ୟ କୁହାଯାଉଛି ଯେ, ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅନ୍ୟ ଦଳ ସହ ମିଶି ବହୁମତ ହାସଲ କରିପାରେ । ଜର୍ମାନୀରେ ମେଣ୍ଟ ସରକାର ଗଠନ ହୋଇପାରେ ।

ଏବେସୁଦ୍ଧା ଚାଲିଥିବା ଟ୍ରେଣ୍ଡ୍ ଅନୁସାରେ, ଏସଡିପି ୨୦୫, ସିଡିୟୁ ୧୯୪, ଗ୍ରୁନ୍ ୧୧୬ ଆସନ ଜିତିଛି । ଯେଉଁଥିରେ ଏସଡିପି ବାଜି ମାରିନେଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଜର୍ମାନୀରେ ଦୁଇ ପ୍ରକାର ଭୋଟ୍ ଗ୍ରହଣ ହୁଏ । ଯେଉଁଥିରେ ଜନତା ଭୋଟ୍ ଦିଅନ୍ତି ସେଥିରେ ୫୯୮ ଆସନ ରହିଛି । ବହୁମତ ପାଇଁ  ୩୦୦ ସିଟ୍ ଆବଶ୍ୟକ । ଏହାବ୍ୟତୀତ ୧୧୧ଟି ଅଲଗା ଆସନ ରହିଛି । ଯାହାକୁ ରାଜ୍ୟସ୍ତରରେ ଗଣତି କରାଯାଏ । ଜନତାଙ୍କ ଭୋଟ୍ ଆଧାରରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିପାରେ । ତେବେ କୌଣସି ଦ୍ୱନ୍ଦ୍ୱ ଉପୁଜିଲେ ରାଜ୍ୟସ୍ତରୀୟ ଆସନକୁ ପରଖାଯାଏ ।

   Related Posts