Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜର୍ମାନୀ ନିର୍ବାଚନ : ଚାନସେଲର୍ ପଦ ଛାଡିବେ ଆଞ୍ଜେଲା ମର୍କେଲ, ଅରମିନଙ୍କ ପାଇଁ ମାଗୁଛନ୍ତି ଭୋଟ୍

26/09/2021 at 11:13 AM

ନୁଆଦିଲ୍ଲୀ, ୨୬।୦୯ :  ଜର୍ମାନୀରେ ରବିବାର ସାଧାରଣ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି । ଚାନସେଲର ଆଞ୍ଜେଲା ମର୍କେଲ ୧୬ ବର୍ଷ ପରେ ନିଜ ପଦ ଛାଡିବାକୁ ଯାଉଛନ୍ତି । ସେ ଏବେ ସେଣ୍ଟ୍ରାଲ୍ ରାଇଟ୍ କ୍ରିଷ୍ଟିଆନ ଦଳର ନେତ୍ରୀ ଅଟନ୍ତି । ମର୍କେଲଙ୍କ ପରେ ଦଳର ଭବିଷ୍ୟତ ନେତା କିଏ ହେବ ତାକୁ ନେଇ ଅଙ୍କକଷା ଚାଲିଛି । ଏପରିକି ପରବର୍ତ୍ତୀ ଚାନସେଲର ନେଇ ମଧ୍ୟ ନାନା ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଯାହାକୁ ନେଇ ସାରା ବିଶ୍ୱର ନଜର ଜର୍ମାନୀ ନିର୍ବାଚନ ଉପରେ ରହିଛି ।

ଶନିବାର ଏକ ରାଜନୈତିକ କାର୍ଯ୍ୟକ୍ରମରେ ମର୍କେଲ କହିଥିଲେ ଯେ, ଅରମିନ୍ ଲାସଚେଣ୍ଟ୍ ହେଉଛନ୍ତି ତାଙ୍କର ପ୍ରାର୍ଥୀ । ଜର୍ମାନବାସୀ ଅରମିନଙ୍କୁ ଭୋଟ ଦେଇ ଜିତାନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

୬୦ ବର୍ଷୀୟ ଲାସଚେଣ୍ଟ୍ ସିଧାସଳଖ ଭାବେ ସୋସିଆଲ ଡେମୋକ୍ରାଟିକ୍‌ର ଓଲାଫ୍ ସ୍କୋଲାଜଙ୍କ ସହ ମୁକାବିଲା କରୁଛନ୍ତି । ଉଭୟଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ଚାଲିଛି । ଲଗାତର ଭାବେ ମର୍କେଲ ଲାସଚେଣ୍ଟଙ୍କ ପାଇଁ ପ୍ରଚାର କରୁଛନ୍ତି ।

ରବିବାର ଭୋଟଦାନ ସକାଳ ୮ଟାରୁ ଆରମ୍ଭ ହୋଇଛି । ଏଥିପାଇଁ ୬୫୦,୦୦୦ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଦେଶରେ ଭୋଟଦାନ ପାଇଁ ୮୮୦୦୦ ପୋଲିଂ ଷ୍ଟେସନ କରାଯାଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ ।

ଚଳିତ ଥର ୪୭ଟି ଦଳ ନିର୍ବାଚନ ଲଢୁଛନ୍ତି । ଗୋଟିଏ ସମୁହ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ହେଲେ ୫ ପ୍ରତିଶତରୁ ଅଧିକ ଭୋଟ୍ ପାଇବା ଜରୁରୀ । ନିର୍ବାଚନ ପାଇଁ ମତଦାନ ପରେ ଭୋଟ ଗଣତି ଆରମ୍ଭ ହୋଇଯିବ । କିନ୍ତୁ ନିର୍ବାଚନ ଅଧିକାରୀ ଫଳ ପ୍ରକାଶ କରିବା ପାଇଁ ଅନେକ ସପ୍ତାହ ନିଅନ୍ତି ।  

   Related Posts