Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କରୋନା ଭ୍ୟାକସିନ୍ ତିଆରି କରିବାରେ ୯୦ ପ୍ରତିଶତ ସଫଳ ହୋଇଛନ୍ତି ଡାକ୍ତର ଦମ୍ପତ୍ତି, ବାହାଘର ଦିନ ମଧ୍ୟ କରିଥିଲେ ରିସର୍ଚ୍ଚ

11/11/2020 at 12:05 PM

ନୂଆଦିଲ୍ଲୀ ୧୧/୧୧ : ଔଷଧ କମ୍ପାନୀ ପିଫାଇଜର (Pfizer) ନିକଟରେ ଦାବି କରିଛି ଯେ କମ୍ପାନୀ ତରଫରୁ ତିଆରି ହୋଇଥିବା କରୋନା ଭ୍ୟାକସିନର ବିଶ୍ଳେଷଣରୁ ଜଣାପଡିଛି ଯେ ଏହା କୋଭିଡ-୧୯ ରୋକିବାରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଏହା ପଛରେ ଜଣେ ମେଡିକାଲ ରିସର୍ଚ୍ଚର ଦମ୍ପତ୍ତିଙ୍କ ପରିଶ୍ରମ ରହିଛି। ଦମ୍ପତ୍ତି ଦିନ ରାତି ଏହି ଭ୍ୟାକସିନ ଉପରେ କାମ କରିଛନ୍ତି। ତାଙ୍କ କମ୍ପାନୀ ବାୟୋଏନଟିକ ଫାଇଜର କମ୍ପାନୀ ସହ ମିଶି ଏହି ଭେକସିନ ଉପରେ ଗବେଷଣା କରିଛି। ୫୫ ବର୍ଷ ବୟସ୍କ ଡାକ୍ତର ୟୁଗର ସାହିନ ଓ ତାଙ୍କ ପତ୍ନୀ ଡ.କେଜଲେମ ତୁରେକି ଜର୍ମାନୀରେ ବାୟୋଏନଟିକର ସଂସ୍ଥାପକ ଅଛନ୍ତି।

ପତ୍ନୀ କେଜଲେମଙ୍କ ସହ ମିଶି ଡ.ୟୁଗର ୨୦୦୮ ମସିହାରେ ବାୟୋଏନଟିକ କମ୍ପାନୀ କରିଥିଲେ। ଡ.ୟୁଗର ଏହି କମ୍ପାନୀରେ ସିଇଓ ଅଛନ୍ତି ଓ ତାଙ୍କ ପତ୍ନୀ କମ୍ପାନୀର ସିଏମଓ ଅଛନ୍ତି। ତାଙ୍କ କମ୍ପାନୀ ୧୫ ହଜାର କୋଟି ଟଙ୍କାର। ଏହି ଦମ୍ପତ୍ତି ଜର୍ମାନୀର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣାଶୁଣା। ତଥାପି ଡାକ୍ତର ଦମ୍ପତ୍ତିଙ୍କ ଜୀବନଶୈଳୀ ପୁରା ସାଧାସିଧା। ଡାକ୍ତର ଦମ୍ପତ୍ତି ଏବେ ମଧ୍ୟ ସାଇକେଲରେ ଅଫିସ ଆସନ୍ତି।

ଡ.ୟୁଗର କୁହନ୍ତି ଯେ, ‘ମୁଁ ମୋ ଜୀବନର ପାଖାପାଖି ଅଧା ବୟସ ଲ୍ୟାବରେ ହିଁ ବିତାଇ ସାରିଛି। ଆଗକୁ ବି ରିସର୍ଚ୍ଚ କାମ କରିବି।’ ଡାକ୍ତର ଦମ୍ପତ୍ତି ବିକଶିତ କରିଥିବା କରୋନା ଭ୍ୟାକସିନକୁ ୯୦ ପ୍ରତିଶତ ସଫଳତା ମିଳିଛି। କ୍ୟାନସର ଉପରେ ରିସର୍ଚ୍ଚ କରିବାରେ ଉଭୟ ନିଜ ଜୀବନ ସମର୍ପିତ କରିଦେଇଛନ୍ତି। ସେମାନେ କ୍ୟାନସର ବିପକ୍ଷରେ ପ୍ରତିରୋଧକ ପ୍ରଣାଳୀ ବିକଶିତ କରିବାରେ ଲାଗିଛନ୍ତି।

ଡ.କେଜଲେମ କହିଛନ୍ତି ଯେ, ଆମ ବିବାହ ୨୦୦୨ ମସିହାରେ ହୋଇଥିଲା। ବିବାହର କିଛି ଘଣ୍ଟା ପରେ ହିଁ ଆମେ ଲ୍ୟାବରେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲୁ।’ ଡ.ୟୁଗର କୋଲୋନ ଓ ହେମ୍ବର୍ଗ ହସ୍ପିଟାଲରେ ମଧ୍ୟ କାମ କରିଛନ୍ତି। ସେହି ହସ୍ପିଟାଲରେ କେଜଲେମଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଏହାପରେ ଉଭୟ କ୍ୟାନସର ରିସର୍ଚ୍ଚରେ ଲାଗି ପଡ଼ିଥିଲେ।

ଡ.ୟୁଗର କହିଛନ୍ତି ଯେ, କରୋନା ଭ୍ୟାକସିନ ତିଆରି କରିବାରେ ତାଙ୍କ ଟିମ ୨୪ ଘଣ୍ଟା କାମ କରୁଛି। ଅନେକ ସପ୍ତାହ ଯାଏଁ ସେ ନିଜେ ମଧ୍ୟ ନିଜ ଟିମ ସହ ଲ୍ୟାବରେ ଥିଲେ। ୨୦୦୮ ମସିହାରେ ସେ କ୍ୟାନସର ଇମ୍ୟୁନୋଥେରାପିର ଏକ ଶ୍ରେଣୀ ଉପରେ କାମ କରିବା ଆରମ୍ଭ କରିଥିଲେ। ଏଥିରେ ସେ ସଫଳ ହୋଇଥିଲ। କ୍ୟାନସର ଚିକିତ୍ସାରେ ସଫଳ ହେବାପରେ ସେ ବୁଝି ପାରିଥିଲେ ଯେ ସେ କରୋନା ଭ୍ୟାକସିନ ମଧ୍ୟ ତିଆରି କରିପାରିବେ। ଏହାପରେ ଉଭୟ କରୋନା ଭ୍ୟାକସିନ ଉପରେ କାମ କରିବା ଆରମ୍ଭ କରିଥିଲେ। ସେ ଦାବି କରିଛନ୍ତି ଯେ ଅନେକ ଦେଶରେ ୪୪ ହଜାର ଲୋକଙ୍କ ଉପରେ ତାଙ୍କ ଭ୍ୟାକସିନ ପରୀକ୍ଷଣ ସଫଳ ହୋଇଛି।

   Related Posts