ଜର୍ମାନ କମ୍ପାନୀ CureVacର କରୋନା ଟିକା ମନୁଷ୍ୟ ଶରୀରରେ ଫଳପ୍ରଦ, ଖୁବ୍ ଶୀଘ୍ର ଆସିପାରେ ବଜାରକୁ

Published By : Prameya-News7 Bureau | November 03, 2020 IST

ୟୁରୋପ ୩।୧୧: ଜର୍ମାନ ବାୟୋଟେକ୍ କମ୍ପାନୀ CureVacର କରୋନା ଭାକ୍ସିନ ମନୁଷ୍ୟ ଶରୀରରେ ପଳପ୍ରଦ ହେଉଥିବା କମ୍ପାନୀ ଦାବି କରିଛି । ଏହି ଭାକ୍ସିନ ଅନ୍ତରୀଣ ଫେଜ୍ ୧ ଡାଟା ଆଧାରରେ କରାଯାଇଛି । CureVacର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଆମେ ଏହି ଡାଟା ପାଇଁ ବେଶ୍ ଉତ୍ସାହିତ ।’ କମ୍ପାନୀ ୨୦୨୦ ଶେଷରେ ଭାକ୍ସିନ ବଡ ସଂଖ୍ୟାରେ ହ୍ୟୁମାନ ଟ୍ରାଏଲ କରିବାକୁ ଯୋଜନା ରଖିଛି ।

CVnCoV ନାମକ ଏହି ଭାକ୍ସିନ ପ୍ରରମ୍ଭିକ ପରୀକ୍ଷଣରେ ସଫଳ ରହିଛି । ଭଲ୍ୟୁଣ୍ଟିୟରଙ୍କଠାରେ ସେତିକି ଆଣ୍ଡିବଡି ବିକଶିତ ହୋଇଛି ଯେତିକି ଜଣେ ଅତି ଗୁରୁତର କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ହୋଇଥାଏ । ସାରା ବିଶ୍ବରେ ୧୫୦ରୁ ଅଧିକ କରୋନା ଭାକ୍ସିନ ଉପରେ କାମ ଜାରି ରହିଛି । ଏଥିରୁ ୧୦ ଆଡଭାନ୍ସଡ ଷ୍ଟେଜ ହ୍ୟୁମାନ କ୍ଲିନିକାଲ ଟ୍ରାଏଲ ଷ୍ଟେଜରେ ରହିଛି ।

CureVac ଅନୁସାରେ ଫେଜ୍ ୧ ଷ୍ଟଡିରେ ଏପର୍ଯ୍ୟନ୍ତ ୨୫୦ରୁ ଅଧିକ ଲୋକ ସାମିଲ ହୋଇଛନ୍ତି । ଭାକ୍ସିନ ହୁଏତ ଟି-ସେଲ୍ସ ଜେନେରେଟ୍ କରିଛି । ମାତ୍ର କମ୍ପାନୀ କହିଛି ବର୍ତ୍ତମାନ ପରୀକ୍ଷଣ ଜାରି ରହିଛି । ଅନ୍ୟ ଇଞ୍ଜେକସନ ନେବା ପରେ ଭାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ଅଧିକ ଦେଖିବାକୁ ମିଳିଥିଲା । କମ୍ପାନୀ ଅନୁସାରେ ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଏବଂ ଅନ୍ୟ କିଛି ଜଣଙ୍କଠାରେ ଥଣ୍ଡା ଭଳି ପାର୍ଶ୍ବପ୍ରତିକ୍ରିୟା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦୂର ହୋଇଯାଇଥିଲା ।

CureVacର ଟିକା ମେସେଞ୍ଜର ଆରଏନଏ (mRNA) ଆପ୍ରୋଚର ବ୍ୟବହାର କରିଥାଏ । ଯେମିତିକି କିଛି ଅନ୍ୟ ଭାକ୍ସିନ କରୁଛି । ଆମେରିକାର ମାର୍ଡନାର ଟିକା ମଧ୍ୟ mRNA ଉପରେ ଆଧାରିତ । ଏହା ବ୍ୟତୀତ ଫାଇଜର ଏବଂ ତାର ଜର୍ମାନ ସହଯୋଗୀ ବାୟୋଏନଟେକର ଭାକ୍ସିନ ମଧ୍ୟ ଏହି ଆପ୍ରୋଚରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.