ଆଇସୋଲେସନରେ ଜର୍ମାନ ଚାନ୍ସେଲର ଏଞ୍ଜେଲା ମାର୍କେଲ

Published By : Prameya-News7 Bureau | March 23, 2020 IST

ବର୍ଲିନ : କରୋନା ସଂକ୍ରମଣ ଜନିତ ପରିସ୍ଥିତି ଜର୍ମାନରେ କ୍ରମଶଃ ଜଟିଳ ହେବାରେ ଲାଗିଛି। ଏଥିରେ ଚାନ୍ସେଲର ଏଞ୍ଜେଲା ମାର୍କେଲ ଏବେ ଆଇସୋଲେସନରେ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କୁ ଭେଟିବାକୁ ଜଣେ ଡାକ୍ତର ଯାଇଥିଲେ।  ଡାକ୍ତର କରୋନା ପଜେଟିଭ ଥିବା ଜଣାପଡିବା ପରେ ମାର୍କେଲ ଆଇସୋଲେସନକୁ ଯାଇଛନ୍ତି।

{"id":243121,"sizeSlug":"large"}

ତେବେ ଆଇସୋଲେସନକୁ ଯିବା ପୂର୍ବରୁ ମାର୍କେଲ ଏକ ଟେଲିଭିଜନ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ଆମ ଦେଶରେ ମାର୍କୋ ଭାଇରସ ଚିନ୍ତାଜନକ ଭାବେ ବ୍ୟାପୁଥିବାର କହିଥିଲେ। ଏଣୁ ଦେଶରେ ରବିବାର ପରିବାର ସଦସ୍ୟଙ୍କୁ ବାଦ ଦେଲେ ୨ରୁ ଅଧିକ ଲୋକଙ୍କୁ ଏକତ୍ର ହେବା ଉପରେ କଟକଣା ଜାରି କରାଯାଇଛି। ଏଥିଲାଗି ୬୩ ବର୍ଷ ବୟସ୍କା ଚାନ୍ସେଲର ଏବେ ନିଜ ଘରେ ଆଇସୋଲେସନରେ ଥିବା ବେଳେ ତାଙ୍କର ନିୟମିତ ଡାକ୍ତରୀ ଯାଞ୍ଚ କରାଯିବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି।  ଆଇସୋଲେସନରେ ଥାଇ ମଧ୍ୟ ଘରୁ କାମ କରିବେ ବୋଲି ଘୋଷଣା କରିଛନ୍ତି ଏଞ୍ଜେଲା।

{"id":243122,"width":581,"height":313,"sizeSlug":"large"}

ସେପଟେ ସୋମବାର ଜର୍ମାନ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୧୬୦ ବିଲିୟନ ଡଲାରରପ୍ରୋତ୍ସାହନ ପ୍ୟାକେଜ୍ ନେଇ ଚର୍ଚ୍ଚା ହୋଇଛି। ଦେଶରେ ଭୂତାଣୁର ବଢୁଥିବା ପ୍ରକୋପକୁ ରୋକିବା ଲାଗି ଏଠାରେ ଜାରି କଟକଣାକୁ ଆହୁରି କଠୋର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୬୧୦ରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୫୫ ଜଣଙ୍କ ମୃତ୍ୟୁ ହେଲାଣି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.