Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆମେରିକାନ ଷ୍ଟାଇଲ୍‌ରେ ନିର୍ଯ୍ୟାତନା ! ମାସ୍କ ପିନ୍ଧିନଥିବାରୁ ଯୁବକଙ୍କ ବେକକୁ ଆଣ୍ଠୁରେ ମାଡି ବସିଛନ୍ତି କନଷ୍ଟେବଲ, ଭିଡିଓ ଭାଇରାଲ୍…

5/06/2020 at 4:50 PM

ଯୋଧପୁର ୦୫।୦୬: ଆପଣଙ୍କୁ ଆମେରିକାର ଜର୍ଜ ଫ୍ଲୋଏଡଙ୍କ ଭାଇରାଲ୍ ଭିଡିଓ ଘଟଣା ମନେ ଥିବ। ଭିଡିଓରେ ଜଣେ ପୋଲିସ କନଷ୍ଟେବଳ ଫ୍ଲୋଏଡଙ୍କ ବେକରେ ଅତି ନିର୍ମମ ଭାବେ ଗୋଡ୍ ଦେଇ ବସିଥିବା ଦେଖିବାକୁ ମିଳିଛି। ଏବେ ଠିକ୍ ସେହି ଭଳି ଦୃଶ୍ୟ ରାଜସ୍ଥାନର ଯୋଧପୁରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ପୋଲିସ୍‌ ଯୁବକଙ୍କ ବେକ୍‌ ଉପରେ ଗୋଡ୍ ଦେଇ ତାଙ୍କୁ କାବୁ କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯାହା ଏବେ ଆମେରିକାର ଜର୍ଜ ଫ୍ଲୋଏଡଙ୍କ ଘଟଣାକୁ ମନେ ପକାଇ ଦେଇଛି। ଏହି ଘଟଣା ଉପରେ ଯୋଧପୁର ଡିସିପି(ଦକ୍ଷିଣ) ପ୍ରୀତି ଚନ୍ଦ୍ର କହିଛନ୍ତି, ପୋଲିସ ଯୁବକଙ୍କ ଆକ୍ରମଣରୁ ନିଜର ଆତ୍ମରକ୍ଷା ପାଇଁ ଏମିତି କରିଛନ୍ତି।

ଏହି ଘଟଣା ଶୁକ୍ରବାର ଘଟିଛି। ଯୁବକଙ୍କ ନାଁ ହେଉଛି ମୁକେଶ କୁମାର ପ୍ରଜାପତ। ସେ ବିନା ମାସ୍କରେ ଯାଉଥିବା ବେଳେ ଦୁଇ ଜଣ ପୋଲିସ କନଷ୍ଟେବଳଙ୍କ ହାତରେ ଧରା ପଡିଥିଲେ। କରୋନା ଭାଇରସ୍‌ ମହାମାରୀ ସମୟରେ ବାହାରକୁ ବାହାରିବା ସମୟରେ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

ପୋଲିସ ଅଭିଯୋଗ କରିଛନ୍ତି ଯେ ମାସ୍କ ପିନ୍ଧିନଥିବାରୁ ଆମେ ଅଟକାଇ ତାଗିଦ୍ କରିବାରୁ ପ୍ରଜାପତ ପ୍ରଥମ ସେମାନଙ୍କୁ ଚାପୁଡା ମାରିବା ସହିତ ପିଟିବା ଆରମ୍ଭ କଲା। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ କନଷ୍ଟେବଳ କିଛି ସେକେଣ୍ଡ ଲାଗି ପ୍ରଜାତପଙ୍କ ବେକ୍‌ରେ ଗୋଡ ରଖି ତାଙ୍କୁ କାବୁ କରୁଛି।

ଜଣେ କନଷ୍ଟେବଳ ପ୍ରଜାପତ ମାସ୍କ ପିନ୍ଧି ନଥିବାର ଫଟୋ ଉଠାଇଛନ୍ତି। ଡିସିପି ଚନ୍ଦ୍ର କହିଛନ୍ତି, ପ୍ରଜାପତ ବିନା ମାସ୍କରେ ବାହାରେ ବୁଲୁଥିଲା ଏବଂ ଯେତେବେଳେ କନଷ୍ଟେବଳ ତାଙ୍କୁ କାହିଁକି ମାସ୍କ ପିନ୍ଧିନାହଁ ପଚାରିଲେ, ତେବେ ବ୍ୟକ୍ତି ଜଣକ ତୁରନ୍ତ ପକେଟ୍‌ରୁ ମାସ୍କ କାଢି ପୋଲିସକୁ ଆଖିରେ ଧୂଳି ପକାଇ ଦେବାକୁ ଧମକ ଦେଇଥିଲା।

ଏହା ପରେ ପୋଲିସ୍ ଜିପ୍‌କୁ ଡାକିବା ସମୟରେ ଉକ୍ତ ଯୁବକ ଜଣକ ଦୁଇ କନଷ୍ଟେବଳଙ୍କୁ ଚାପୁଡା ମାରିବା ସହିତ ଠେଲାପେଲା ଆରମ୍ଭ କରିଥିଲା। ଭିଡିଓରେ ମଧ୍ୟ ଏସବୁ ଦେଖା ଯାଉଥିବା ଡିସିପି କହିଛନ୍ତି। ଆମେ ଯୁବକ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛୁ।

ସେ କହିଛନ୍ତି ଯେ, ଯଦି ବର୍ଦିର ଥିବା ସମୟରେ ଜଣେ ପୋଲିସ ମାଡ ଖାଉଛି ତେବେ ଏହ ସମାଜ ପାଇଁ ନିନ୍ଦନୀୟ ଘଟଣା। ତେଣୁ ମୋତେ ଲାଗୁଛି ସମାଜ ଏହାକୁ ହୃଦବୋଧ କରିବା ପାଇଁ ଆହୁରି ପରିପକ୍ଵ ହେବା ଦରକାର। ଯଦି କେହି ବର୍ଦିରେ ଅଛନ୍ତି ତେବେ ଏହାର ଅର୍ଥ ଏହା ନୁହେଁ ଯେ, କିଛି ନବୁଝି ତାଙ୍କର ସମାଲୋଚନା କରିବା ଉଚିତ୍।

ପୋଲିସ କହିଛି ଏହା ପୂର୍ବରୁ ମଧ୍ୟ ପ୍ରଜାପତ ବିରୋଧରେ ମାମଲା ରହିଛି। ଏହା ମଧ୍ୟରୁ ଗୋଟିଏ ତାଙ୍କ ପିତା ଦ୍ଵାରା ରୁଜୁ ହୋଇଛି। ଡିସିପି ଚନ୍ଦ୍ର କହିଛନ୍ତି କେବଳ ପ୍ରଜାପତ ନୁହେଁ ଏପରି ୪୦୦ ରୁ ୬୦୦ କେସ୍‌ ରୁଜୁ ହୋଇଛି, ଯେଉଁମାନେ ବିନା ମାସ୍କରେ ବାହାରେ ବୁଲୁଛନ୍ତି। ଲୋକଙ୍କ ଏପରି  ବେପରୁଆ ମନୋଭାବ କାରଣରୁ ସଂକ୍ରମଣ ଆହୁରି ବଢିପାରେ ବୋଲି ସେ କହିଛନ୍ତି।

   Related Posts