ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଭୁଲ, ଲୋକଙ୍କୁ ମରିବା ପାଇଁ ଛାଡି ଦିଆଯାଇଛି

Published By : Prameya-News7 Bureau | July 19, 2021 IST

ନୂଆଦିଲ୍ଲୀ,୧୯/୦୭:  ଆଫଗାନିସ୍ତାନରୁ ନାଟୋ ସେନା ପ୍ରତ୍ୟାହାର ପରେ ତାଲିବାନର ଜୁଲମ ବଢିଯାଇଛି । ପ୍ରତିଦିନ ହିଂସାକାଣ୍ଡ ଓ ହତ୍ୟାକାଣ୍ଡ ଘଟୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରଛନ୍ତି ୟୁଏସର ପୂର୍ବତନ ରାଷ୍ଟ୍ରପତି ଜଜ୍ ବୁଶ୍ । ଏହି ନିଷ୍ପତ୍ତି ଭୁଲ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ସୈନ୍ୟ ପ୍ରତ୍ୟାହାର କରି ଲୋକଙ୍କୁ ମୃତ୍ୟୁ ପାଖରେ ଛଡାଯାଇଛି । ଜର୍ମାନୀ ଚ୍ୟାନେଲ୍ ଡିଏଚେ ସହ ସାକ୍ଷାତକାରରେ ବୁଶ୍ କହିଛନ୍ତି ଯେ, ଆଫଗାନିସ୍ତାନର ମହିଳା ଓ ଯୁବତୀ ବହୁ ଅସୁବିଧାରେ ରହିଛନ୍ତି । ତାଙ୍କୁ ତାଲିବାନ ହାତରେ ମାରିବା ପାଇଁ ଛାଡି ଦିଆଯାଇଛି । ଏହା ତାଙ୍କ ହୃଦୟକୁ ଆଘାତ ଦେଉଛି । ୨୦୦୧ରେ ଆମେରିକା ଓ ସହଯୋଗୀ ଦେଶ ଆଫଗାନିସ୍ତାନରୁ ସେନା ପଠାଇଥିଲେ । ୨୦୧୧ ସେପ୍ଟେମ୍ବର ୧୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

କେବଳ ବୁଶ୍ ନୁହେଁ, ଜର୍ମାନୀ ଚାନସେଲର୍ ଆଞ୍ଜେଲା ମର୍କେଲ ମଧ୍ୟ ସମାନ କଥା କହୁଛନ୍ତି । ମର୍କେଲଙ୍କ ପ୍ରଶଂସା କରି ବୁଶ୍ କହିଛନ୍ତି ଯେ, ସେ ୧୬ ବର୍ଷର କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦଶନ୍ଧୀ ପରେ ଆମେରିକା ସେନା ଆଫଗାନିସ୍ତାନରୁ ଚାଲି ଆସିଛି । ୟୁଏସ ରାଷ୍ଟ୍ରପତି ବାଇଡେନ୍ ସେପ୍ଟେମ୍ବର ୧୧ ଯାଏଁ ସମସ୍ତ ସୈନ୍ୟଙ୍କୁ ଫେରି ଆସିବାକୁ କହିଛନ୍ତି । ଆମେରିକାର ୨୫୦୦ ଓ ନାଟୋର ୭୫୦୦ ସୈନ୍ୟ ଆଫଗାନିସ୍ତାନରେ ରହିଥିଲେ । ଯେଉଁମାନଙ୍କୁ ଫେରାଇ ଅଣାଯାଇଛି । ଏହାପରେ ତାଲିବାନ ପୁଣି ସକ୍ରିୟ ହୋଇ ଉଠିଛି । ଅନେକ ସହର, ଇରାନ ଏବଂ ପୂର୍ବ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ମଧ୍ୟ ତାଲିବାନ ନିଜର ଆଧିପାତ୍ୟ ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.