ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଚିକିତ୍ସା ବିଜ୍ଞାନର ନୂତନ ଦିଗନ୍ତ-ଜେନେଟିକ୍ ଥେରାପି : ଡ. ଅଶୋକ ମହାପାତ୍ର

18/09/2018 at 6:17 PM

ଭୁବନେଶ୍ବର ୧୮/୯: ଚିକିତ୍ସା ବିଜ୍ଞାନର ନୂତନ ଦିଗନ୍ତ ହେଉଛି ଜେନେଟିକ୍ ଥେରାପି। ଭବିଷ୍ୟତରେ ଜିନ୍ ଥେରାପି ଦ୍ବାରା ହିଁ ଚିକିତ୍ସା କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ(ଡ୍ରିମଡ୍ ଟୁ ବି ୟୁନିଭର୍ସିଟି)ର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଅଶୋକ ମହାପାତ୍ର। ଯୋଡ଼ା ମୁଣ୍ଡ ଥିବା ଶିଶୁ ଜଗା-ବଳିଆଙ୍କର ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର କରାଇବାରେ ନେତୃତ୍ବ ନେଇଥିବା ଡ.ମହାପାତ୍ର କହିଛନ୍ତି ଜିନ୍ ଥେରାପି ଦ୍ବାରା କ୍ୟାନସର୍ ଏବଂ ବ୍ରେନ୍ ଟ୍ୟୁମର୍ ଭଳି ଦୁଃସାଧ୍ୟ ରୋଗର ମଧ୍ୟ ଚିକିତ୍ସା ସମ୍ଭବ ହୋଇପାରିବ।

ଜିନ୍ ଥେରାପି ଏଭଳି ଏକ ଚିକିତ୍ସା ଯାହା ଦ୍ବାରା ରୋଗାକ୍ରାନ୍ତ ସେଲଗୁଡ଼ିକୁ ଥେରାପି ମାଧ୍ୟମରେ ବଦଳା ଯାଇପାରିବ। ରେଡିଓ ଥେରାପି,କେମୋ ଥେରାପି ଏବଂ ଅପରେସନ୍ ବ୍ୟତୀତ ଜିନ୍ ଥେରାପି ଦ୍ବାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ସେ କହିଛନ୍ତି। କ୍ୟାନସର୍ ଭଳି ରୋଗ ପାଇଁ ଜିନ୍ ଥେରାପିର ଯଥେଷ୍ଟ ଆବଶ୍ୟକତା ରହିଥିବା ଡ.ମହାପାତ୍ର କହିଛନ୍ତି। ସେହିପରି ଜିନ୍ ରିପ୍ଲେସମେଣ୍ଟ୍ ଏବଂ ନୂଆ ଜିନ୍ ପ୍ରତିରୋପଣ ଏବଂ ରୋଗାକ୍ରାନ୍ତ ଜିନଗୁଡ଼ିକୁ ନଷ୍ଟ କରି ଉତ୍ତମ ଚିକିତ୍ସା କରିହେବ ବୋଲି ସେ କହିଛନ୍ତି। ଇନଟ୍ରାଭେନ୍ସ୍ ଏବଂ ଅର୍ଗାନ୍ ରୁଟ୍ ମାଧ୍ୟମରେ ଇଜଜେକ୍ଟ କରାଯାଇ ଜିନ୍ ଥେରାପିର ଚିକିତ୍ସା କରାଯାଇପାରିବ। ଏହା ଦ୍ବାରା ରୋଗାକ୍ରାନ୍ତ ସେଲଗୁଡ଼ିକ ମରିଯିବ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ସେଲଗୁଡ଼ିକୁ ଜୀବନ୍ତ କରିବ ବୋଲି ଡ.ମହାପାତ୍ର କହିଛନ୍ତି।

ସୋଆ ଅଧିନସ୍ଥ ସ୍କୁଲ୍ ଅଫ୍ ଫାର୍ମାସିଟିକାଲ ସାଇନ୍ସ ଏବଂ ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଫାର୍ମାସି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଆୟୋଜିତ ‘କଣ୍ଟିନିଉଙ୍ଗ୍ ଏଜୁକେସନ୍ ପ୍ରୋଗ୍ରାମ୍’ରେ ଜିନ୍ ଥେରାପି ନେଇ ଅବଗତ କରାଇଛନ୍ତି ଡ.ମହାପାତ୍ର। ‘ଜିନ୍ ଥେରାପି ଇନ୍ ଗ୍ଲିଓମା ଅଥବା ବ୍ରେନ୍ ଟ୍ୟୁମର୍’ ସମ୍ପର୍କରେ ସୂଚନା ଦେଇ ଭବିଷ୍ୟତରେ ଜିନ୍ ଥେରାପି କିଭଳି ଉନ୍ନତମାନର ଚିକିତ୍ସା ପଦ୍ଧତି ଭାବେ ଅବତୀର୍ଣ୍ଣ ହେବ ସେ ସମ୍ପର୍କରେ ଆୟୋଜିତ ସିଏମଇରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଡ.ମହାପାତ୍ର କହିଛନ୍ତି।
ଆୟୋଜିତ ସିଏମଇରେ ଆଇଆଇଟି ଭୁବନେଶ୍ବର ସ୍ଥିତ ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର୍ ଡ.ସୈାମେନ୍ଦ୍ର ରାଣା ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଫାର୍ମାସି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ନିଜର ବକ୍ତବ୍ୟ ରଖିଥିଲେ।
ସେହିପରି ସୋଆ ସ୍କୁଲ୍ ଅଫ୍ ଫାର୍ମାସିଟିକାଲ୍ ସାଇନ୍ସର ଡିନ୍ ପ୍ରଫେସର୍ ସୁଦାମ ଚନ୍ଦ୍ର ସିଂ ଆୟୋଜିତ ସିଏମଇ ସମ୍ପର୍କରେ ଆଲୋକପାତ କରିଥିଲେ। ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସିଏମଇରେ ଫାର୍ମାସି ପାଠ୍ୟକ୍ରମର ୬୦ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି।

   Related Posts