Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ପାକ୍ ସର୍ଜିକାଲ ଷ୍ଟ୍ରାଇକ୍ ହେଉ ଅଥବା ଡୋକଲାମରେ ଚୀନ୍‌କୁ ପଛକୁ ହଟାଇବା ସବୁ ଜଟିଳ କାମ ଥିଲା ତାଙ୍କ ଲାଗି ସହଜ, ଏମିତି ଥିଲେ CDS ଜେନେରାଲ ରାୱତ

8/12/2021 at 9:55 PM

ନୂଆଦିଲ୍ଲୀ ୮।୧୨: ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ବିପିନ ରାୱତ ତାମିଲନାଡୁ କୁନ୍ନୁରରେ ବୁଧବାର ହୋଇଥିବା ସେନା ବିମାନ ଦୁର୍ଘଟଣାରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ବ୍ୟତୀତ ଏହି ଦୁଃଖଦ ଦୁର୍ଘଟଣାରେ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ସୈନ୍ୟ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି। ରାୱତ ଭାରତୀୟ ସେନାର ଚତୁର୍ଥ ଅଧିକାରୀ ଜିଏ ଦେଶର ସେନାଧ୍ୟକ୍ଷ ହୋଇ ପାରିଥିଲେ।

ସିଡିଏସ୍‌ ଦାୟିତ୍ୱ ସମ୍ଭାଳିବା ବେଳେ ପାକିସ୍ତାନରେ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ ହେଉ ବା ଡୋକଲାମରେ ଚୀନ୍‌ ସେନାକୁ ପଛକୁ ହଟାଇବା, କାଶ୍ମୀରରେ ସମ୍ଭିଧାନର ଅନୁଚ୍ଛେତ ୩୭୦ ସମାପ୍ତ ପରେ ପରିସ୍ଥିତିକୁ ସମ୍ଭାଳିବାରେ ସିଡିଏସ୍ ରାୱତଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ତେବେ ଆସନ୍ତୁ ଜାଣିବା କେଉଁପରି ବ୍ୟକ୍ତିତ୍ୱର ଧନୀ ଥିଲେ ଜେନେରାଲ ରାୱତ ।

ପିତା ମଧ୍ୟ ସେନା ଅଧିକାରୀ ଥିଲେ
ଉତ୍ତରାଖଣ୍ଡ ରାଜ୍ୟର ପୌଡି ଗଡୱାଲରେ ୧୬ ମାର୍ଚ୍ଚ ୧୯୫୮ରେ ଜନ୍ମିତ ରାୱତଙ୍କ ପିଲାଦିନ ଶିମଲାରେ କଟିଥିଲା। ସେ ସେଣ୍ଟ ଏଡୱାର୍ଡ ସ୍କୁଲରୁ ଉତୀର୍ଣ୍ଣ ହେବା ପରେ ସେନାକୁ ନିଜର କ୍ୟାରିୟର କରିଥିଲେ। କାରଣ ତାଙ୍କ ପିତା ଲକ୍ଷ୍ମଣ ସିଂହ ରାୱତଙ୍କ ବଂଶ ସେନାରେ କାର୍ଯ୍ୟ କରୁଥିଲେ। ପିତା ଲକ୍ଷ୍ମଣ ସିଂରାୱତ ୧୯୮୮ ମସିହାରେ ଲେଫ୍ଟନାଣ୍ଟ ଜେନେରାଲ ପଦରେ ଅବସର ଗ୍ରହଣ କରିଥିଲେ। ବିପିନ ସିଂ ରାୱତ ୧୯୭୮ ମସିହାରେ ଗୋର୍ଖା ରାଇଫଲରୁ ସେନା କ୍ୟାରିୟର ଆରମ୍ଭ କରିଥିଲେ। ସେ ମହାରାଷ୍ଟ୍ର ଖଡକଭାସଲା ରାଷ୍ଟ୍ରୀୟ ରକ୍ଷା ଆକାଡେମୀରେ ଯୋଗଦେବା ପୂର୍ବରୁ ଡେରାଡୁନସ୍ଥିତ ସୈନ୍ୟ ଆକାଡେମୀରୁ  ଉତୀର୍ଣ୍ଣ ହୋଇଥିଲେ।

ଗୋର୍ଖା ରେଜିମେଣ୍ଟର ଅଧିକାରୀ ହୋଇଥିଲେ ସିଡିଏସ୍
୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ମଧ୍ୟ ଜେନେରାଲ ରାୱତ ଯୋଗଦେଇଥିଲେ। ଏହିଯୁଦ୍ଧକୁ ସାମାନ୍ୟ କଷ୍ଟ ହେଲେ ମଧ୍ୟ ଭାରତୀୟ ସେନା ଜିତିଯାଇଥିଲା। ତେବେ ଏହି ଯୁଦ୍ଧକାଳରେ ଉପୁଜିଥିବା କେତେକ ସମସ୍ୟା ଲାଗି ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଅଧ୍ୟକ୍ଷତାରେ କାର୍ଗିଲ ଯୁଦ୍ଧ ସମୀକ୍ଷା ଲାଗି ତତ୍କାଳୀନ ଏନଡିଏ ସରକାର ଗ୍ରୁପ ଅଫ ମିନିଷ୍ଟର୍ସ (ଜିଓଏମ) ଗଠନ କରିଥିଲେ। ଜିଓଏମ ଯୁଦ୍ଧକାଳରେ ସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରହୁନଥିବାର ଅନୁଭବ କରିଥିଲେ। ମନ୍ତ୍ରୀ ସମୂହ ସେତେବେଳେ ସିଡିଏସ୍ ନିଯୁକ୍ତିର ସୁପାରିଶ କରିଥିଲେ।

ତେବେ ୩୦ ଡିସେମ୍ବର ୨୦୧୯ରେ ରାୱତଙ୍କୁ ଚିଫ ଅଫ ଡିଫେନ୍ସ ଷ୍ଟାଫ ନିଯୁକ୍ତ କରାଯାଇଥିଲା। ଦେଶର ସେନାମୁଖ୍ୟ ହେବାରେ ରାୱତ ଗୋର୍ଖା ରେଜିମେଣ୍ଟର ଚତୁର୍ଥ ଅଧିକାରୀ ଥିଲେ। ସିଡିଏସ ନିଯୁକ୍ତି ପରେ ରାୱତ ଭାରତୀୟ ସଶସ୍ତ୍ର ସେନାର ୩ ୱିଙ୍ଗ ଭାରତୀୟ ସେନା, ବାୟୁସେନା ଓ ନୌସେନା ମଧ୍ୟରେ ତାଳମେଳ ସ୍ଥାପନା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିଥିଲେ। ଏଥିରେ ଜେନେରାଲ ରାୱତ ସେନା ସମ୍ପର୍କିତ ମାମଲାରେ ଭାରତ ସରକାରଙ୍କର ଏକକ ପରାମର୍ଶଦାତା ପାଲଟିଥିଲେ।  

ସ୍ୱଚ୍ଛ ସେନା କ୍ୟାରିୟର
ଭାରତର ରକ୍ଷା ବିଭାଗରେ ଦୁର୍ନୀତି ଏବେ ସାଧାରଣ କଥାରେ ପରିଣତ ହେଲାଣି। ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣାରେ ପୂର୍ବତନ ଏୟାର ଚିଫ ମାର୍ସଲ ଏସ.ପି. ତ୍ୟାଗୀଙ୍କ ସମ୍ପୃକ୍ତି ସେନାରେ ଦୁର୍ନୀତିକୁ ପଦାରେ ପକାଇଥିଲା। ତେବେ ରାୱତ ଜଣେ ଏପରି ଅଧିକାରୀ ଥିଲେ ଯିଏ କେବଳ ଦେଶର ସୁରକ୍ଷା ଓ ପ୍ରତିରକ୍ଷା ସମ୍ପର୍କରେ ଅହରହ ଭାବୁଥିଲେ। ଜଣେ ବ୍ରିଗେଡ କମାଣ୍ଡରରୁ ଆରମ୍ଭ କରି ସଦର୍ଣ୍ଣ କମାଣ୍ଡ ଜେନେରାଲ ଅଫିସର କମାଣ୍ଡିଂ ଇନଚିଫ (ଜିଓସି-ସି), ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶାଳୟରେ ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ-୨, କର୍ଣ୍ଣେଲ ସୈନ୍ୟ ସଚିବ ଓ ଉପ ସଚିବ ପଦରେ ସେ ତାଙ୍କ ସେନା କ୍ୟାରିୟରର ଦୀର୍ଘ ୪ ଦଶକ କଟାଇଦେଇଥିଲେ।  ହେଲେ ଦୀର୍ଘ କ୍ୟାରିୟରରେ ତାଙ୍କଠି କାଳିମା ସ୍ପର୍ଷ କରିନଥିଲା।

ଜେନେରାଲ ରାୱତଙ୍କ ସଫଳତା ଉପରେ ଏକ ନଜର
୨୦୧୫ ମସିହାରେ ଭାରତୀୟ. ସେନା ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ନାଗାଲାଣ୍ଡ –ଖାପଲାଙ୍ଗ(ଏନଏସସିଏନ-କେ)ର ଉଗ୍ରବାଦୀଙ୍କ ଏକ ଆମ୍ବ୍ୟୁସକୁ ବିଫଳ କରିଥିଲା। ସେନାର ୩-କୋର ଦ୍ୱାରା ହାତକୁ ନିଆଯାଇଥିବା ଏହି ମିସନ ଜେନେରାଲ ରାୱତଙ୍କ ନେତୃତ୍ୱରେ ହୋଇଥିଲା ଓ ଏନଏସସିଏନ-କେ ସବୁଦିନ ଲାଗି ଧ୍ୱଂସ୍ତ ହୋଇଥିଲା। ସେହିପରି ୨୦୧୬ରେ ଉରୀ ବେସ୍ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ହାତକୁନିଆଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଯୋଜନାର ମଧ୍ୟ ଜେନେରାଲ ରାୱତ ଅଂଶ ଥିଲେ। ଫଳରେ ଭାରତୀୟ ସେନା ଏଲଓସି ପାର କରି ପାକିସ୍ତାନ ନିୟନ୍ତ୍ରଣାଧୀନ କାଶ୍ମୀରରେ ଚାଲିଥିବା ଆତଙ୍କବାଦୀ କ୍ୟାମ୍ପକୁ ମାଟିରେ ମିସାଇ ଦିଆଯାଇଥିଲା। ସମ୍ପୂର୍ଣ୍ଣ ପ୍ରକରଣକୁ ଜେନେରାଲ ରାୱତ ଦିଲ୍ଲୀ ସାଉଥ ବ୍ଲକରୁ ସଞ୍ଚାଳନ କରିଥିଲେ।

ରାୱତଙ୍କୁ ସେନା ସମ୍ମାନ
ଜେନେରାଲ ରାୱତଙ୍କୁ ତାଙ୍କ ଅପୂର୍ବ ସାହସିକତା ଓ ବୀରତା ଲାଗି ଦେଶ ମଧ୍ୟ ଅନେକ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରିଛି। ତାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତିବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ. ଯୁଦ୍ଧ ସେବା ମେଡାଲ ଓ ସେନାମେଡାଲରେ ଅଳଙ୍କୃତ କରାଯାଇଥିଲା। ବାସ୍ତବିକ ଜେନେରାଲ ବିପିନ ସିଂହ ରାୱତ ଭାରତୀୟ ସେନାରେ ଅତି ବିଶିଷ୍ଟ ସେବା କରିଥିଲେ।

   Related Posts