ଇଟାଲୀରେ‘ଇଣ୍ଡିଆନ ଆର୍ମି ୱାର ମେମୋରିଆଲ’ ଉଦଘାଟନ କରିବେ ନରୱାଣେ

Published By : Prameya-News7 Bureau | July 04, 2021 IST

ନୂଆଦିଲ୍ଲୀ ୪।୭: ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ.ନରୱାଣେ ରବିବାର ୪ ଦିବସୀୟ ଯାତ୍ରାରେ ବ୍ରିଟେନ୍‌ ଓ ୟୁକେ ଗସ୍ତରେ ଯାଇଛନ୍ତି। ଏହି ଗସ୍ତକାଳରେ ସେ ଇଟାଲୀ କାସିନୋ ସହରରେ ନିର୍ମିତ ଇଣ୍ଡିଆନ ୱାର ମେମୋରିଆଲର ଲୋକାର୍ପଣ କରିବେ ବୋଲି ଜଣାପଡିଛି। ଏହି ଅବସରରେ ସେ ରୋମର ସୋଚିଙ୍ଗୋଲାରେ ଇଟାଲୀ ସେନାର କାଉଣ୍ଟର ଆଇଇଡି ସେଣ୍ଟର ଅଫ ଏକ୍ସେଲେନ୍ସିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

{"id":475570,"width":841,"height":442,"sizeSlug":"large","linkDestination":"none"}

ପ୍ରତିରକ୍ଷା ସହଯୋଗ ବୃଦ୍ଧି ଲାଗି ନରୱାଣେ ଏହି ଗସ୍ତରେ ଯାଇଥିବା ଜଣାପଡିଛି। ଏଥିରେ ସେ ଦୁଇଦିନ ବ୍ରିଟେନ ଗସ୍ତରେ ରହିବା ବେଳେ ପରବର୍ତ୍ତି ୨ ଦିନ ଇଟାଲୀରେ ଅବସ୍ଥାନ କରିବେ। ୫ ଓ ୬ ଜୁଲାଇରେ ନରୱାଣେ ବ୍ରିଟେନ ପ୍ରତିରକ୍ଷା ସଚିବ, ଚିଫ୍ ଅଫ ଡିଫେନ୍ସ ଷ୍ଟାଫ, ଚିଫ ଅଫ ଜେନେରାଲ ଷ୍ଟାଫ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିବା ସହ ବିଭିନ୍ନ ସୈନ୍ୟ ପ୍ରତିଷ୍ଠାନ ପରିଦର୍ଶନରେ ଯିବେ।

{"id":475571,"sizeSlug":"large","linkDestination":"none"}

୭ ଓ ୮ ଜୁଲାଇରେ ନରୱାଣେ ଇଟାଲୀ ଗସ୍ତ କରିବାକୁ ଥିବା ବେଳେ ସେଠାରେ ୱାର ମେମୋରିଆଲର ଉଦଘାଟନ ସମେତ ରୋମରେ ଏକ ସଭାକୁ ସମ୍ବୋଧିତ କରିବେ। ଗସ୍ତକାଳରେ ସେ ଇଟାଲୀ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଓ ଚିଫ ଅଫ ଷ୍ଟାଫ୍ସଙ୍କ ସହ ସାକ୍ଷାତ ଆଲୋଚନା ମଧ୍ୟ କରିବେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.