Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ନିଖୋଜ ଥିବା ଜଳ ବିଦ୍ୟୁତ ପ୍ରକଳ୍ପର ଜେନେରାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

23/12/2019 at 8:47 AM

କଳାହାଣ୍ଡି ୨୩/୧୨: କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଉପର ଇନ୍ଦ୍ର।ବତୀ ଜଳ ବିଦ୍ୟୁତ ପ୍ରକଳ୍ପର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତ ଦେହ ଗତକାଲି ସଂନ୍ଧ୍ୟାରେ  ଉଦ୍ଧାର ହୋଇଛି।

 ମୁଖୀଗୁଡା ଏଆରଟେଲ ଟାୱାର ନିକଟରେ ତାଙ୍କ ମୃତ ଦେହ ପଡିଥିଲା। ସ୍ଥାନୀୟ ଲୋକଙ୍କ ସୂଚନାରେ ମୁଖିଗୁଡା  ପୋଲିସ  ଶବ ଠାବ କରିଛି । ଗତ ୧୭  ତାରିଖ ମଙ୍ଗଳବାର ଦିନ ଅଫିସକୁ ଆସି ନାରାୟଣ ଘରକୁ ଫେରିନଥିଲେ  । ପରିବାର ଲୋକେ ସଂଧ୍ୟା ସମୟରେ ଅଫିସକୁ ଆସି ତାଙ୍କୁ ନପାଇବାରୁ ତାଙ୍କ  ଫୋନ ଯୋଗେ ଯୋଗାଯୋଗ  ମଧ୍ୟ କରିଥିଲେ କିନ୍ତୁ  ଫୋନ ରିଙ୍ଗ ହେଉଥିଲେ ମଧ୍ୟ ଫୋନ ରିସିଭ କରୁନଥିବାରୁ ସନ୍ଦେହ କରି ତାଙ୍କ ପତ୍ନୀ ଜୟପାଟଣା ଥାନାରେ ଏକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ହଠାତ ମ୍ୟାନେଜରଙ୍କ ମୃତ ଦେହ ମିଳିଛି। ଶବ ସଂପୂର୍ଣ୍ଣ ଗଳିତ ଅବସ୍ଥାରେ ଥିବାବେଳେ ପେଣ୍ଟ ଅଧା ଖୋଲା ଓ ମୁଣ୍ଡ ପଛ ଖପୁରୀରେ କ୍ଷତ ଥିବା ଅନୁମାନ କରାଯାଉଛି । ଆଜି ଶବ ବ୍ୟବଚ୍ଛେଦ ହେବ ।

   Related Posts