Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କରୋନା ନେଲା ଜୀବନ: ଏମ୍ପାୟର୍ସ ହୋଟେଲ୍‌ ଜେନେରାଲ ମ୍ୟାନେଜରଙ୍କ ଅକାଳ ବିୟୋଗ

5/11/2020 at 6:49 PM

ଭୁବନେଶ୍ବର ୫/୧୧: କରୋନାର ଆତଙ୍କ ଥମୁନି। ଏହି ମହାମାରୀରେ ପୁଣି ଏକ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।  କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରସ୍ଥିତ  ଏମ୍ପାୟର୍ସ ହୋଟେଲର ଜେନେରାଲ୍‌ ମ୍ୟାନେଜର ଜ୍ୟୋତି ବିକାଶ ଦାସଙ୍କ ଅକାଳ ବିୟୋଗ ଘଟିଛି। ସୋମବାର ଦିନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା।

 ଜଣେ ଦକ୍ଷ ପରିଚାଳକ ଭାବେ ପରିଚିତ ଜ୍ୟୋତି ବିକାଶ ପାଟନାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟରୁ କୃତିତ୍ବର ସହ ଉତ୍ତିର୍ଣ୍ଣ ହୋଇ ହୋଟେଲ ଶିଳ୍ପରେ ଯୋଗ ଦେଇଥିଲେ। ଜ୍ୟୋତି ବିକାଶଙ୍କର ହୋଟେଲ ପରିଚାଳନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଥିଲା । ପ୍ରଥମେ ପୁରୀର ପ୍ରାଚୀ ହୋଟେଲରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତି ବିକାଶ ପରେ ମେ ଫେୟାର ରିସୋର୍ଟରେ ଯୋଗ ଦେଇଥିଲେ। ଏହା ପରେ ରାଜ୍ୟର ବିଭିନ୍ନ ତାରକା ହୋଟେଲରେ ସେ କାର୍ଯ୍ୟ କରିଥିଲେ। ହୋଟେଲ୍‌ ମେ ଫେୟାର ଗ୍ରୁପ୍‌ର ରାଉରକେଲା ଓ ଭୁବନେଶ୍ବର ଶାଖା ସହ  ହୋଟେଲ ଗାର୍ଡେନ ଇନ୍‌ରେ  ମଧ୍ୟ ସଫଳତାର ସହ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ ଜ୍ୟୋତି ବିକାଶ ଦାସ ।

୨୦୧୦ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ହୋଟେଲ ଏମ୍ପାୟର୍ସ, ଭୁବନେଶ୍ବରରେ ଜେନେରାଲ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଜ୍ୟୋତି ବିକାଶ ଜଣେ ସ୍ନେହୀ, ବନ୍ଧୁ ବତ୍ସଳ ଓ ପରପୋକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗରେ ତାଙ୍କ ବନ୍ଧୁ, ସହକର୍ମୀ ଏବଂ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।    

 ମାତ୍ର ୫୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିବା ସ୍ବର୍ଗତ ଦାସଙ୍କର ମା’, ପତ୍ନୀ ଓ ଦୁଇ ପୁଅ ଅଛନ୍ତି । ସତ୍ୟନଗର ଶ୍ମଶାନରେ ଜ୍ୟୋତି ବିକାଶଙ୍କ ଶେଷକୃତ୍ୟୁ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

   Related Posts