ହିଜବୁଲକୁ ଇଣ୍ଟେଲିଜେନ୍ସ ଏଜେନ୍ସି ମୁଖ୍ୟ କେଜେଏସ୍ ଢୀଲୋନଙ୍କ ଖୋଲା ଚେତାବନୀ - କେତେ ଗାଜି ଆସିଲେ କେତେ ଗାଜି ଗଲେ...

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ରିୟାଜ ନାଇକୁର ମୃତ୍ୟୁର ସପ୍ତାହେ ମଧ୍ୟରେ ହିଜବୂଲ ଆତଙ୍କବାଦୀ ସଂଗଠନ କଶ୍ମୀରର ନୂଆ କମାଣ୍ଡର ଘୋଷଣା କରିଛି | ଗାଜି ହାଇଦର ଆତଙ୍କବାଦୀ ସଂଗଠନ ନୂଆ ଅପରେସନାଲ ଚିଫ କରିଛି | ଭାରତୀୟ ସେନାର ୧୫ତମ କୋରର ପୂର୍ବତନ କମାଣ୍ଡର ଲେଫ୍ଟେନେଣ୍ଟ ଜେନେରାଲ କେଜେଏସ ଢୀଲୋନ ନିଜର ପ୍ରତିକ୍ରିୟା ରଖିଛନ୍ତି |

କେଜେଏସ ଢୀଲୋନ ବର୍ତ୍ତମାନ ଇଣ୍ଟେଲିଜେନ୍ସ ଏଜେନ୍ସି ମୁଖ୍ୟ ଅଛନ୍ତି | ସେ ଟ୍ୱିଟ କରି କହିଛନ୍ତି ଯେ, କେତେ ଗାଜି ଆସିଲେ କେତେ ଗାଜି ଗଲେ | ଢୀଲୋନଙ୍କ ଏହି ଟ୍ୱିଟ ଆତଙ୍କବାଦୀଙ୍କୁ ଏକା ଖୋଲା ଚେତାବନୀ | ଢୀଲୋନଙ୍କ ନେତୃତ୍ୱରେ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ଅନେକ ଅପରେସନ କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ନିହତ କରାଯାଇଛି |

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ଭାରତୀୟ ସେନା କାଶ୍ମୀରରେ ଏକା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର କମାଣ୍ଡର ରିୟାଜ ନାଇକୁକୁ ନିହତ କରିଥିଲା | ରିୟାଜ ନାଇକୁ ନିଶା କାରବାରରେ ଲିପ୍ତ ଥିଲା | ସେ ଲୁଟପାଟ ମଧ୍ୟ କରୁଥିଲା | କାଶ୍ମୀରରେ ଅନୈତିକ ଭାବେ ଅଫିମ ଓ ଭାଙ୍ଗ ଚାଷଙ୍କ ଠାରୁ ଜୋର ଜବରଦସ୍ତ ନଗଦ ଏକାଠି କରୁଥିଲା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.