ମୌଳିକ ସୁବିଧାରୁ ବଞ୍ଚିତ ଯାଜପୁର ଜିଲ୍ଲାର ସାଇଁଟୋ ଗାଁ

Published By : Prameya-News7 Bureau | August 30, 2018 IST

ଯାଜପୁର ୩୧|୮: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବିକାଶରୁ ଅପହଞ୍ଚ ଯାଜପୁର ତୁଳସୀ ପଞ୍ଚାୟତର ସାଇଁଟୋ ଗାଁ । ଗାଁକୁ ଯୋଗାଯୋଗ ମାଧ୍ୟମ କହିଲେ ବିଲ ହିଡ । ପ୍ରତିଦିନ ପାଣି କାଦୁଅରେ ପଶି ଯାଉଛନ୍ତି ଲୋକେ । ବର୍ଷା ଚାରି ମାସ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ରହୁଛି ଗାଁ । ପିଲାଙ୍କ ପାଠପଢା ମଧ୍ୟ ଠପ୍ । ଗାଁକୁ ଚାରି ଚକିଆ ପ୍ରବେଶ କରିବା ଦୂର କଥା ମୋଟରସାଇକେଲ ଯିବା ମଧ୍ୟ କଷ୍ଟକର । ୬୫ଟି ଦଳିତ ପରିବାର ୫୦୦ରୁ ଉର୍ଦ୍ଦ୍ବ ଲୋକଙ୍କ ପାଇଁ ଏହି ସମସ୍ୟା ଦୀର୍ଘ ଦିନର ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏପରିକି ବିଭିନ୍ନ ସମୟରେ ନେତା ଓ ପ୍ରଶାସନର ପ୍ରତିଶ୍ରୁତି ସେମାନଙ୍କୁ ନିରାଶ କରିଛି । ଗାଁରେ ତିନୋଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ । ସରକାରୀ ଯୋଜନାରେ ବିଦ୍ୟୁତ୍ ସଂଯୋଗୀକରଣ ହୋଇଛି କିନ୍ତୁ ଏସବୁ ବିପଦ ଶଙ୍କୁଳ ଅବସ୍ଥାରେ ଚାଲିଛି । ଇନ୍ଦିରା ଆବାସ ଯୋଜନା ବିଜୁ ପକ୍କା ଘର ଯୋଜନା ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ବ୍ଲକ୍ ଅଫିସଠାରୁ ମାତ୍ର ୨କିଲୋମିଟର ଦୂରରେ ଅବସ୍ଥିତ ଏହି ବହୁ ସମସ୍ୟା ଥିବା ଗ୍ରାମବାସୀଙ୍କ ମୌଳିକ ସୁବିଧା କେବେ ସମାଧାନ ହେଉଛି ତାହାକୁ ଚାହିଁ ରିହଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.