Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଅଧୁରା ରହିଗଲା ଜେନେରାଲ ବିପିନ ରାଓ୍ଵତଙ୍କ ଶେଷ ଇଚ୍ଛା…

8/12/2021 at 10:22 PM

ନୂଆଦିଲ୍ଲୀ ୦୮।୧୨: ହେଲିକପ୍ଟର ଦୁର୍ଘଟଣାରେ ଦେଶ ହରାଇଲା ପ୍ରଥମ ସିଡିଏସ ଜେନେରାଲ ବିିପିନ ରାଓ୍ଵତଙ୍କୁ। ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ଦ୍ଵାରିଖାଲ ବ୍ଲକ ଅନ୍ତର୍ଗତ ସୈଣା ଗାଁ ନିଜ ବୀର ସନ୍ତାନକୁ ହରାଇ ଦୁଃଖରେ ଡୁବି ଯାଇଛି। କାଣ୍ଡାଖାଲ ଟାଉନଠୁ କିଛି ଦୂରରେ ରହିଛି ଦିବଙ୍ଗତ ଜେନେରାଲ ବିପିନ ରାଓ୍ଵତଙ୍କ ପୈତୃକ ଗାଁ ସୈଣା। ଏଠାରେ ରୁହନ୍ତି କକା ଭରତ ସିଂହ ରାଓ୍ଵତ ଓ ତାଙ୍କ ପରିବାର। ଏହି ଗାଁରେ କେବଳ ତାଙ୍କ ପରିବାର ହିଁ ବାସ କରୁଛନ୍ତି। କକା ଭରତ ସିଂହ ସେହି ଇଚ୍ଛା ବିଷୟରେ କହିଛନ୍ତି, ଯାହାକୁ ଜେନେରାଲ ରାଓ୍ଵତ ଅବସର ପରେ ପୂରା କରିବାକୁ ଚାହୁଁଥିଲେ।

୨୦୧୮ରେ ଆସିଥିଲେ ଗାଁ

ଜେନେରାଲ ବିପିନ ରାଓ୍ଵତଙ୍କ କକା ଭରତ ସିଂହ କହିଛନ୍ତି, ସେ କୌଣସି କାମରେ କୋଟଦ୍ଵାରା ବଜାର ଯାଇଥିଲେ। ମାତ୍ର ଯେମିତି ଘଟଣା ବିଷୟରେ ଶୁଣିଲେ ତୁରନ୍ତ ଘରକୁ ଫେରି ଆସିଥିଲେ। ଘରର ଆଖପାଖ କିଛି ଲୋକ ସାନ୍ତ୍ଵନା ଦେବା ପାଇଁ ପହଞ୍ଚି ଯାଇଥିଲେ। ସମସ୍ତଙ୍କ ଆଖି ଲୁହରେ ଛଳ ଛଳ ହୋଇ ଉଠିଥିଲା। ବାଷ୍ପଭରା କଣ୍ଠରେ ତାଙ୍କର ୭୦ ବର୍ଷୀୟ କକା କହିଛନ୍ତି, ସ୍ଥଳ ସେନାଧ୍ୟକ୍ଷ ହେବା ପରେ ଶେଷ ଥର ବିପିନ ୨୦୧୮ ଏପ୍ରିଲରେ ଗାଁକୁ ଆସିଥିଲେ। ଏହି ସମୟରେ ସେ କୂଳଦେବତାଙ୍କ ପୂଜା କରିଥିଲେ।

ଗାଁରେ ରହିବାକୁ ଚାହୁଁଥିଲେ

ଜେନେରାଲ ବିପିନ ରାଓ୍ଵତଙ୍କ କକା କହିଛନ୍ତି, ସେହି ଦିନ ସେ ନିଜ ପୈତୃକ ଜମିରେ ଘର ତିଆରି କରିବାକୁ ଚିନ୍ତା କରିଥିଲେ। ସେ ଜାନୁଆରୀରେ ଅବସର ନେବା ପରେ ଗାଁରେ ଘର ତିଆରି କରି ରହିବାକୁ ଚାହୁଁଥିଲେ। କକା କହିଛନ୍ତି, ବିପିନ ଗରିବଙ୍କ ପ୍ରତି ବଡ ଦୟାଳୁ ଥିଲେ। ବାରମ୍ବାର କହୁଥିଲେ, ଅବସର ନେବା ପରେ ସେ ନିଜ ଅଞ୍ଚଳର ଗରିବଙ୍କ ପାଇଁ କିଛି କରିବେ, ଯଦ୍ଵାରା ସେମାନଙ୍କର ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। ଏପରିକି ଗ୍ରାମାଞ୍ଚଳରୁ ହେଉଥିବା ପଳାୟନକୁ ନେଇ ସେ ଦୁଃଖିତ ଥିଲେ।

ଜେନେରାଲ ବିପିନ ରାଓ୍ଵତଙ୍କ ନିଜ ଗାଁ ଏବଂ ଘର ପ୍ରତି ବହୁତ ମୋହ ଥିଲା। ମଝିରେ ମଝିରେ ସେ ଫୋନରେ କକାଙ୍କ ସହ କଥା  ହେଉଥିଲେ। ଜେନେରାଲ ରାଓ୍ଵତ ନିଜ କକାଙ୍କୁ ଜଣାଇଥିଲେ ଯେ, ୨୦୨୨ ଏପ୍ରିଲରେ ଗାଁକୁ ଫେରିବେ। ଆଖିରୁ ଝରି ଯାଉଥିବା ଲୁହକୁ ପୋଛି କକା କହିଛନ୍ତି, କିଏ ଜାଣିଥିଲା ବିପିନର ସ୍ଵପ୍ନ ଅଧୁରା ରହିଯିବ।

   Related Posts