ଶୌର୍ଯ୍ୟ ଓ ସାହସର ଅନ୍ୟନାମ ବିପିନ ରାୱତ: ପିଏମ ମୋଦିଙ୍କର ସବୁଠାରୁ ବିଶ୍ଵସ୍ତ, ଜେନେରାଲରୁ ଅବସର ହେବାମାତ୍ରେ ହୋଇଥିଲେ ସିଡିଏସ୍

Published By : Prameya-News7 Bureau | December 08, 2021 IST

ନୂଆଦିଲ୍ଲୀ ୦୮/୧୨ : ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦିନ ତାମିଲନାଡୁ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣକ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଛି।

ଜେନେରାଲ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ଵସ୍ତ ସେନା ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କୁ ସିନିୟର କୋ-ସୁପରସିଡ କରି ସେନା ମୁଖ୍ୟ କରାଯାଇଥିଲା। ଯେଉଁଦିନ ସେ ସେନା ମୁଖ୍ୟ ପଦବୀରୁ ଅବସର ନେଲେ ତାର ପର ଦିନ ତାଙ୍କୁ ଦେଶର ପ୍ରଥମ ସିଡିଏସ କରାଯାଇଥିଲା।

{"id":556547,"width":741,"height":494,"sizeSlug":"full","linkDestination":"none"}

ରାୱତଙ୍କୁ ଯେତେବେଳେ ସିଡିଏସ କରାଯାଇଥିଲା ସେତେବେଳେ ଖବର ଆସିଥିଲା ଯେ ଦେଶ ସମ୍ମୁଖରେ ଛିଡା ହୋଇଥିବା ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସବୁଠାରୁ ଉପଯୁକ୍ତ ଅଧିକାରୀ ହୋଇଥିବାରୁ ସରକାର ତାଙ୍କୁ ବାଛିଥିଲେ। ତାଙ୍କ ପାଖରେ ଅଶାନ୍ତ ଅଞ୍ଚଳ ଓ ସେନାର ବିଭିନ୍ନ ପଦବୀରେ ନିୟୋଜିତ ରହିବାର ୩୦ ବର୍ଷରୁ ଅଧିକ ଅନୁଭବ ଥିଲା। ତେବେ ବିରୋଧୀଙ୍କ ତରଫରୁ ଆରୋପ ଲଗାଯାଇଥିଲା ଯେ ରାୱତଙ୍କୁ ବିଚାର ଆଧାରରେ ନିଯୁକ୍ତ କରାଯାଇଛି।

ରାୱତ ସିଡିଏସ ହେବାପରେ ଦେଶରେ ଅନେକ ସୁରକ୍ଷା ବ୍ୟବସ୍ଥା ଉପରେ କାମ ଆରମ୍ଭ ହୋଇଥିଲା। ସେ ନିଜ ଦାୟିତ୍ୱ ନିଖୁଣ ଭାବେ ନିର୍ବାହ କରୁଥିଲେ। ସେ ୧୯୭୮ ରେ ଗୋରଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ କମିଶନ ଥିଲେ। ସେ ସଂଯୁକ୍ତ ରାଷ୍ଟ୍ର ସଂଘର ଅନେକ ମିଶନରେ ମଧ୍ୟ ସାମିଲ ଥିଲେ। ତାଙ୍କ ବାହାଦୁରି, ବୁଦ୍ଧିମତା ଓ ସୈନ୍ୟ ରଣନୀତିକୁ ସମସ୍ତେ ପ୍ରଶଂସା କରିଛନ୍ତି। ସେଥିପାଇଁ ସେ ସେନାରେ ଗୋଟିଏ ପଦବୀରୁ ଆଉ ଏକ ପଦବୀକୁ ପଦୋନ୍ନତି କରିଚାଲିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.