ତିନି ସେନା ମିଶିଲେ ୩ ନୁହେଁ, ୫ ବା ୭ ହେବ : CDS ବିପିନ ରାଓ୍ବତ୍

Published By : Prameya-News7 Bureau | January 01, 2020 IST

ନୂଆଦିଲ୍ଲୀ ୦୧।୦୧ : ଇଂରାଜୀ ବର୍ଷର ପ୍ରଥମ ଦିନରେ ଦେଶର ଚିଫ୍ ଡିଫେନ୍ସ ଷ୍ଟାଫ୍ (CDS) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  ଜେନେରାଲ ବିପିନ ରାଓ୍ୱତ। ମଙ୍ଗଳବାର ଦିନ ସେ ସେନାର ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଥିଲେ। ବିପିନ ରାଓ୍ୱତ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କୁ ତିନି ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।  ଏହି ସମୟରେ ସ୍ଥଳ ସେନାର ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ, ବାୟୁସେନାର ମୁଖ୍ୟ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ଏବଂ ନୌସେନାର ମୁଖ୍ୟ ଆଡମିରଲ କରମବୀର ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।  ସିଡିଏସ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମେଜର ଜେନେରାଲ ବିପିନ ରାଓ୍ୱତ ୪ଟି ଷ୍ଟାର ଲଗାଇବାର ପ୍ରଥମ ଅଧିକାରୀ ହୋଇଛନ୍ତି। ବିପିନ ରାଓ୍ୱତଙ୍କ ଅଧିନରେ ସ୍ଥଳ ସେନା, ବାୟୁ ସେନା, ନୌସେନା ରହିବ।

wp:core-embed/twitter {"url":"https://twitter.com/ANI/status/1212235414590742529","type":"rich","providerNameSlug":"twitter","className":""}
https://twitter.com/ANI/status/1212235414590742529
/wp:core-embed/twitter

ସିଡିଏସଙ୍କ ନିର୍ଦ୍ଦେଶକ୍ରମେ ଏବେ ଦେଶର ତିନି ସେନା ଗୋଟିଏ ଟିମ୍ ହୋଇ କାମ କରିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିପିନ ରାଓ୍ୱତ।  ତାଙ୍କ ବିରୋଧରେ ବିରୋଧୀ ରାଜନୀତିକ ମନ୍ତବ୍ୟ ରଖୁଥିବା ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଏହି ଅବସରରେ ଖଣ୍ଡନ କରିଛନ୍ତି। ସେ କୌଣସି ରାଜନୀତିକ ଦଳ ଦ୍ୱାରା ପରିଚାଳିତ ନୁହେଁ। ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ପରିଚାଳିତ ବୋଲି ଜେନେରାଲ ବିପିନି ରାଓ୍ୱତ କହିଛନ୍ତି। ତିନି ସେନା ମଧ୍ୟରେ ତାଳମେଳ ରହିବା ଜରୁରୀ । ତିନି ସେନା ମିଶିଲେ ୩ ନୁହେଁ, ୫ ବା ୭ ହେବ । କୌଣସି ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ନକଲ କରାଯିବ ନାହିଁ । ଆମ ସମ୍ବଳର ସୁବିନିଯୋଗ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ରାୱତ କହିଚନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.