ଦେଶର ପ୍ରଥମ CDS ଭାବେ ଦାୟିତ୍ବ ନେବେ ବିପିନ୍ ରାଓ୍ବତ୍

Published By : Prameya-News7 Bureau | December 31, 2019 IST

ନୂଆଦିଲ୍ଲୀ ୩୧।୧୨: ନୂଆ ବର୍ଷରେ ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ । ବୁଧବାର ବା ୨୦୨୦ ଜାନୁଆରୀ ୧ଦିନ ଦେଶର ପ୍ରଥମ ସିଡିଏସ ଭାବରେ ତିନି ସେନାର ମଙ୍ଗ ଧରିବେ ଜେନେରାଲ୍ ବିପିନ୍ ରାୱତ୍ ।  ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବେ ନିଯୁକ୍ତି ଦେଇଛି କ୍ୟାବିନେଟ୍ କମିଟି । ନିକଟରେ କେନ୍ଦ୍ର ସରକାର ସିଡିଏସ୍ ଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପାଇଁ ବଢାଇଛନ୍ତି । ପୂର୍ବରୁ ଅବସରର ସମୟ ୬୨ ବର୍ଷ ଥିବାବେଳେ ବର୍ତ୍ତମାନ ସିଡିଏସ୍ ଙ୍କ ଅବସର ବୟସ ୬୫ ବର୍ଷ ହୋଇଯାଇଛି ।

{"id":205240,"sizeSlug":"large"}

ତିନି ସେନା ସହ ଜଡିତ ଥିବା ମାମଲାରେ ରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବା କାମ କରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ରକ୍ଷାମନ୍ତ୍ରୀଙ୍କ ପ୍ରଧାନ ସେନା ପରାମର୍ଶଦାତା ହେବେ ସିଡିଏସ୍ । ସେନା ଅପରେସନ୍ ସମୟରେ ୩ ସେନା ସହ ଖାପଖୁଆଇ ବିଚାର ବିମର୍ଶ କରିବା କାମ କରିବେ ସିଡିଏସ୍ । ସିଡିଏସ୍ ପଦବୀରେ ଚାରୋଟି ଷ୍ଟାର ଜେନେରାଲ୍ ରାଙ୍କର ସେନା ଅଧିକାରୀଙ୍କୁ ନିଯୁକ୍ତି କରାଯିବ । ୧୯୯୯ ମସିହା କାର୍ଗିଲ ଯୁଦ୍ଧ ପରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟି ହିଁ ସିଡିଏସ୍ ପଦ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଚଳିତ ବର୍ଷ ଡିସେମ୍ବର ୨୪ରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟି ବିଧିବଦ୍ଧ ଭାବେ ସିଡିଏସ୍  ପଦ ସୃଷ୍ଟି କରିବାକୁ ଅନୁମତି ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.