ଜେନେରାଲ ବିପିନ ରାବତଙ୍କ ବଡ ବୟାନ, କହିଲେ ପିଓକେକୁ ପୁଣି ହାସଲ କରିବା ଏବେ ଆମର ମୁଖ୍ୟ ଏଜେଣ୍ଡା

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରକୁ ନେଇ ସ୍ଥଳ ସେନା ମୁଖ୍ୟ ବିପିନ ରାବତ ବଡ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ରାବତ ପିଓକେ ଆମର ଆଗାମୀ ଏଜେଣ୍ଡା ବୋଲି କହିଛନ୍ତି।  ଏକ କାର୍ଯ୍ୟକ୍ରମ  ଅବସରରେ ରାବତ କହିଥିଲେ ଯେ ଏଭଳି ପ୍ରସଙ୍ଗରେ ନିଷ୍ପତ୍ତି କେବଳ ସରକାର ହିଁ ନେଇଥାନ୍ତି। ସରକାରଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ସଂସ୍ଥା କାର୍ଯ୍ୟ କରନ୍ତି ଓ ସେନା ଏଥିଲାଗି ପ୍ରସ୍ତୁତ ରହିଛି ବୋଲି ରାବତ ସୂଚିତ କରିଥିଲେ।

wp:html /wp:html

ରାବତଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଗତ ମଙ୍ଗଳବାର ପ୍ରଥମ ଥର  ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିଲେ। ଏଥିରେ ଶ୍ରୀ ସିଂହ ଜମ୍ମୁ-କାଶ୍ମୀରର ବାକି ଭାଗ( ପାକ୍ ଅଧିକୃତ କାଶ୍ମୀର)କୁ ଭାରତରେ ସାମିଲ କରିବା ସରକାରଙ୍କ ଆଗାମୀ ଏଜେଣ୍ଡା।  ଏହା କେବଳ ମୋର ଅଥବା ବିଜେପିର ପ୍ରତିବଦ୍ଧତା ନୁହେଁ ଏଥିଲାଗି ୧୯୯୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନସରିସିମହା ରାଓଙ୍କ ସରକାର ସଂସଦରେ ରିଜଲ୍ୟୁସନ ଗୃହୀତ କରିଥିଲା। ଏଣୁ ସରକାର ଏବେ ଏହି ରିଜଲ୍ୟୁସନ ଉପରେ କାର୍ଯ୍ୟାରମ୍ଭ କରିବେ ବୋଲି କହିଥିଲେ ସିଂହ ।

{"id":157193}

ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ପରେ ସ୍ଥଳ ସେନାଧ୍ୟକ୍ଷ ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ ଥର କାଶ୍ମୀର ଗସ୍ତରେ ଯାଇଥିଲେ। ଏହି ଗସ୍ତକାଳରେ ସେ ନର୍ଦ୍ଦନ କମାଣ୍ଡର ହ୍ୱାଇଟ୍ ନାଇଟ୍ କର୍ପସ ଫରୱାର୍ଡ ପୋଷ୍ଟ ମଧ୍ୟ ପରିଦର୍ଶନ କରିଥିଲେ।  ଏହି ସମୟରେ ରାବତ ଦୂରବିକ୍ଷଣ ଯନ୍ତ୍ର ସହାୟତାରେ  ସୀମା ସେପାଖର ଗତିବିଧି ମଧ୍ୟ ନିରୀକ୍ଷଣ କରିଥିଲେ। ଗସ୍ତକାଳରେ ଜେନେରାଲ ରାବତ ସେନାକୁ କୌଣସି ପ୍ରକାର ଅନୁପ୍ରବେଶ ରୋକିବା ଲାଗି ପ୍ରସ୍ତୁତ ରହିବାକୁ କହିଥିଲେ। ଗସ୍ତରେ ତାଙ୍କ ସହ ନର୍ଦ୍ଦନ କମାଣ୍ଡର ଉଚ୍ଚାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.