Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବିପିନ ରାୱତ ହେଲେ ଦେଶର ପ୍ରଥମ ‘ଚିଫ୍ ଅଫ ଡିଫେନ୍ସ ଷ୍ଟାଫ’, ସମ୍ଭାଳିବେ ୩ ସେନା ଦାୟିତ୍ୱ

30/12/2019 at 2:40 PM

ନୂଆଦିଲ୍ଲୀ ୩୦।୧୨: ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କୁ ଦେଶର ପ୍ରଥମ ଚିଫ୍ ଅଫ  ଡିଫେନ୍ସ ଷ୍ଟାଫ (ସିଡିଏସ୍) ନିଯୁକ୍ତ କରାଯାଇଛି। ସ୍ଥଳସେନା ମୁଖ୍ୟ ଭାବେ ରାୱତଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ତେବେ ସିଡିଏସ୍ ନିଯୁକ୍ତି ଯୋଗୁ ୩ ସେନା ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆହୁରି ୩ ବର୍ଷ ସମ୍ପ୍ରସାରିତ ହୋଇଛି।

ରବିବାର ସରକାର ସେନା ସର୍ଭିସ ରୁଲ ରେ ସଂଶୋଧନ କରିଥିଲେ। ସୈନ୍ୟ ନିୟମାବଳୀ ୧୯୫୪ର ସଂଶୋଧନରେ ୩ ସେନାର ମୁଖ୍ୟଙ୍କ ଅବସର ଆୟୁ ୬୫ ବର୍ଷ ହେବ, ଯଦି ସେ  ଚିଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଭାବେ ନିଯୁକ୍ତ ହୁଅନ୍ତି ବୋଲି କୁହାଯାଇଥିଲା।   ଏଥିରେ ସିଡିଏସ୍‌ଙ୍କ ଲାଗି ନୂଆ ଡ୍ୟୁଟି ଚାର୍ଟ ବି ଘୋଷଣା ହୋଇଥିଲା।

ସିଡିଏସ୍ ୩ ସେନା ସମ୍ପର୍କିତ ସବୁ ପ୍ରସଙ୍ଗର ପ୍ରତିରକ୍ଷାମନ୍ତ୍ରୀଙ୍କ ମୁଖ୍ୟ ସୈନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ତେବେ ନିୟମାନୁସାରେ ସୈନ୍ୟ ମୁଖ୍ୟ ସର୍ବାଧିକ ୩ ବର୍ଷ ଅଥବା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଯାହା ପ୍ରଥମେ ହେବ ସେ ପର୍ଯ୍ୟନ୍ତ ସୈନ୍ୟ ବାହିନୀରେ ସେବା କରିପାରିବେ।

   Related Posts