Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ଭାଇରସର ଶିକାର ହେଲେ ଜେନେଲିଆ ଡିସୁଜା, ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଦେଲେ ସୂଚନା

29/08/2020 at 8:41 PM

ମୁମ୍ବାଇ ୨୯/୦୮ : ବଲିଉଡ ଅଭିନେତ୍ରୀ ଜେନେଲିଆ ଡିସୁଜା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି | ସେ କରୋନା ସଂକ୍ରମଣର ଶିକାର ହୋଇଥିବା ଏହି ପୋଷ୍ଟ ମାଧ୍ୟମରେ କହିଛନ୍ତି | ଜେନେଲିଆଙ୍କ ପୋଷ୍ଟ ଅନୁସାରେ, ୩ ସପ୍ତାହ ପୂର୍ବରୁ ତାଙ୍କର କରୋନା ଟେଷ୍ଟ ହୋଇଥିଲା | ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା | ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ୩ ସପ୍ତାହ ପୂର୍ବରୁ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ୨୧ ଦିନ ଯାଏଁ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | କିନ୍ତୁ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଆଇସୋଲେସନରେ ୨୧ ଦିନ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା ବୋଲି ସେ କହିଛନ୍ତି | ନିଜ ପରିବାର ଠାରୁ ଦୂରରେ ରହି ତାଙ୍କୁ ବହୁତ କଷ୍ଟ ହୋଇଥିଲା ବୋଲି ସେ କହିଛନ୍ତି | ନିଜ ପରିବାରର ସ୍ନେହ ଓ ଭଲ ପାଇବା ମଣିଷର ସବୁଠାରୁ ବଡ ଖୁସି ଓ ସାହସ ବୋଲି ସେ କହିଛନ୍ତି | ତେବେ ସେ ଘରକୁ ଫେରି ବହୁତ ଖୁସି ଅଛନ୍ତି |

ଜେନେଲିଆଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି | ତାଙ୍କ ପ୍ରଶଂସକ ତାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେବା ସହ ସେ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଶୁଭକାମନା ଜଣାଇଛନ୍ତି | ଏହା ପୂର୍ବରୁ ଅମିତାଭ ବଚ୍ଚନ. ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, କନିକା କପୁର ଓ ଅନ୍ୟ ସେଲିବ୍ରିଟି କରୋନାର ଶିକାର ହୋଇଛନ୍ତି |

   Related Posts