Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଭାରତରେ ଖୁବ୍ ଶୀଘ୍ର ହେବ ଜିନ୍ ଜାତକ : ଜଣା ପଡ଼ିବ କେଉଁ ରୋଗୀ ପାଇଁ କେଉଁ ଔଷଧ ଅଧିକ ପ୍ରଭାବଶାଳୀ

26/10/2019 at 4:25 PM

ନୂଆଦିଲ୍ଲୀ ୨୬/୧୦: ଏବେ ଭାରତରେ ଜିନର ଜାତକ ହେବା ସମ୍ଭବ ହେଲାଣି। ଏଥିରୁ ଜଣା ପଡ଼ିପାରିବ ଯେ ଭବିଷ୍ୟତରେ ଆପଣଙ୍କୁ କିମ୍ବା ଆପଣଙ୍କ ସନ୍ତାନଙ୍କୁ ୧୭୦୦ରୁ ଅଧିକ ଆନୁବଂଶିକ ରୋଗରୁ କେଉଁ ରୋଗ ହୋଇପାରେ। ଆପଣ ଏହା ମଧ୍ୟ ଜାଣିପାରିବେ ଯେ ଗୋଟିଏ ରୋଗରେ ଦୁଇ ଜଣ ପୀଡ଼ିତ ହୋଇଥିଲେ କାହା ପାଇଁ କେଉଁ ଔଷଧ ଅଧିକ ପ୍ରଭାବଶାଳୀ ହେବ। ଜିନର ଜାତକ କରିବା ହେଉଛି କୌଣସି ବ୍ୟକ୍ତିଙ୍କ ଜିନୋମର ସିକ୍ବେନ୍ସ କରିବା। ଜିନ୍ ସିକ୍ବେନସିଙ୍ଗ କରିବା ପାଇଁ ଏବେ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏବେ ଭାରତରେ ପାଖାପାଖି ଏକ ଲକ୍ଷ ଟଙ୍କାରେ ଏହା କରାଯାଇପାରୁଛି। ଆଗାମୀ ଦିନରେ ଯେତେବେଳେ ଏହାର ଚାହିଦା ବଢ଼ିବ ସେତେବେଳେ ଏହାର ଦାମ୍ ମଧ୍ୟ କମିଯିବ।

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚର ହାଇଦ୍ରାବାଦ ଏବଂ ଦିଲ୍ଲୀର ଲ୍ୟାବରେ ୬ମାସ ଭିତରେ ଦେଶବ୍ୟାପୀ ଏକତ୍ର କରାଯାଇଥିବା ୧୦୦୮ ନମୁନାର ଜିନୋମ୍ ସିକ୍ବେନସିଙ୍ଗ ପୂରା କରାଯାଇଛି। ନମୁନା ଦେଉଥବା ସମସ୍ତ ଲୋକଙ୍କୁ ସିଏସଆରର ଆଇଜିଆଇବି ଲ୍ୟାବ୍ ଇଣ୍ଡିଜେନ୍ କାର୍ଡ଼ ମଧ୍ୟ ଜାରି କରିଛି।

ସବୁଠୁ ବଡ଼ ଉପଲବ୍ଧି ହେଉଛି ଏହା ଯେ ଲ୍ୟାବରେ ଠିକ୍ ସମୟ ମଧ୍ୟରେ ଜିନୋମ୍ ସିକ୍ବେନ୍ସ ଉତ୍ପନ୍ନ କରିବାରେ ସଫଳ ହୋଇଛି। ଏବେ ଯାଏଁ ଜିନ୍ ସିକ୍ବେନ୍ସ କରିବାକୁ ବର୍ଷ ବର୍ଷ ଲାଗି ଯାଉଥିଲା। ଇଣ୍ଡିଜେନ୍ କାର୍ଡ଼ରେ ବ୍ୟକ୍ତି ବିଶେଷଙ୍କ ଜିନୋମର ପୂରା ଡାଟା ଉପଲବ୍ଧ ରହିଛି,ଯାହାକୁ ଏକ ବିଶେଷ ଆପ୍ ଏବଂ କ୍ଲିନିକାଲ୍ ଏକ୍ସପର୍ଟ ସାହାଯ୍ୟରେ ବ୍ୟବହାର କରାଯାଇପାରିବ। ଏଥିରୁ ଜଣାପଡ଼ି ପାରିବ ଯେ ଆନୁବଂଶିକ ଭାବରେ ହେଉଥିବା ରୋଗରୁ କେଉଁ ରୋଗର ଜିନ୍ ଆପଣଙ୍କ ଶରୀରରେ ରହିଛି। ଯଦି ଏପରି ବ୍ୟକ୍ତିଙ୍କ ବିବାହ ଏହି କିସମର ଜିନ ଥିବା ବ୍ୟକ୍ତିଙ୍କ ସହ ହୋଇଥାଏ ତେବେ ସନ୍ତାନଙ୍କୁ ମଧ୍ୟ ଏହି ରୋଗ ହୋଇଥାଏ। ଏଥିପାଇଁ ବିବାହ ଧାର୍ଯ୍ୟ କରିବା କିମ୍ବା ଯୋଜନା ପ୍ରସ୍ତୁତ କରିବାରେ ଇଣ୍ଡିଜେନ୍ କାର୍ଡ଼ କିମ୍ବା ଜିନ ଜାତକ ଉପଯୁକ୍ତ ହୋଇଥାଏ।

କୌଣସି ବ୍ୟକ୍ତିଙ୍କ ଆଖି,ତ୍ବଚା,କେଶର ରଙ୍ଗ,ନାକ ଏବଂ କାନର ଆକାର,କଣ୍ଠ,ଉଚ୍ଚତା ଭଳି ସମସ୍ତ ଲକ୍ଷଣଠୁ ଆରମ୍ଭ କରି ରୋଗ ହେବା ନ ହେବା ଜିନରୁ ଜାଣି ହୋଇଥାଏ। ଜିନ ସମସ୍ତ ପ୍ରାଣୀଙ୍କର କୋଶିକାରେ ରହିଥାଏ। ଶରୀରର ପ୍ରତ୍ୟେକ କୋଶିକାରେ ଥିବା ୩.୩ ମିଲିୟନ୍ ଜିନକୁ ସାମୂହିକଭାବେ ଜିନୋମ କୁହାଯାଇଥାଏ। ସବୁ ଜିନକୁ କ୍ରମବଦ୍ଧ କରିବାକୁ ଜିନ୍ କୁଣ୍ଡଳୀ କୁହାଯାଇଥାଏ।

ଦିଲ୍ଲୀ ଏବଂ ହାଇଦ୍ରାବାଦର ଲ୍ୟାବରେ ପାଇଲଟ ପ୍ରୋଜେକ୍ଟ ଭାବେ କ୍ଷମତାର ପରୀକ୍ଷଣ ସଫଳ ହେଉଛି। ଏବେ ସବୁ ସପ୍ତାହରେ ୬୦୦ସ୍ୟାମ୍ପଲ୍ ଜିନୋମର ସିକ୍ବେନସିଙ୍ଗ ହୋଇପାରିବ। ୭ଟି ଘରୋଇ ଲ୍ୟାବ ମଧ୍ୟ ଏହି ଦିଗରେ ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜିନ ସିକ୍ବେନସିଙ୍ଗ ଆହୁରି ଶସ୍ତା ହୋଇଯିବ।

   Related Posts