ପ୍ରୟୁତ ଚାନ ଓଚା ହେଲେ ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 06, 2019 IST

ବ୍ୟାଙ୍ଗକକ୍ :  ଅବସରପ୍ରାପ୍ତ ଜେନେରାଲ ପ୍ରୟୁତ୍ ଚାନ ଓଚା ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି । ସଂସଦରେ ଅନୁଷ୍ଠିତ ନିର୍ବାଚନରେ ଓଚାଙ୍କ ସପକ୍ଷରେ ୭୫୦ରୁ ୩୭୫ଟି ଭୋଟ ପଡିଥିଲା।  ମୋଟ ସଦସ୍ୟ ସଂଖ୍ୟାର ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ପାଇ ଜେନେରାଲ ଓଚା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା  ବିଶିଷ୍ଟ ବ୍ୟବସାୟୀ ଥାନାର୍ଥନ ଜ୍ବାଙ୍ଗରୁଆଙ୍ଗକିତ ପରାସ୍ତ ହୋଇଛନ୍ତି। ତେବେ ନିର୍ବାଚନରେ ଅନିୟମିତତାର ଅଭିଯୋଗ ଆଣିଛନ୍ତି ବିରୋଧୀ।

{"id":120466}

ସିନେଟର ଅଧିକାଂଶ ସଦସ୍ୟ  ସେନା କର୍ମଚାରୀ। ଏଣୁ  ନିର୍ବାଚନର ନିରପେକ୍ଷତା ନେଇ ବିରୋଧୀ ରାଜନୈତିକ ଦଳମାନେ ପ୍ରଶ୍ନଉଠାଇଛନ୍ତି। ଗତ ମାର୍ଚ୍ଚ ୨୪ ତାରିଖରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ତେବେ ସଂସଦରେ ଭୋଟ ପରେ ପୁଣି ଦେଶରେ ସେନା ସରକାର ଗଠିତ ହୋଇଛି। ଗତ ୨୦୧୪ ମସିହାରୁ  ଦେଶରେ କୌଣସି ରାଜନୈତିକ ଦଳଙ୍କୁ ସ୍ପଷ୍ଟ ବହୁମତ ମିଳୁ ନାହିଁ । ସେପଟେ ଦୁର୍ନିତି ଅଭିଯୋଗରେ ପଦଚ୍ୟୁତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ସିୱାତ୍ରାଙ୍କ ପାର୍ଟି ଫ୍ୟୁଥାଇ ନିର୍ବାଚନରେ ନିମ୍ନ ସଦନର ଅଧିକାଂଶ ସିଟ୍ ରେ ବିଜୟୀ ହୋଇଛି। ତେବେ ଉଚ୍ଚ ସଦନର ନିର୍ବାଚନ ସେନାଦ୍ବାରା କରାଯାଇଛି। ଫଳରେ ପୂର୍ବତନ ସେନାମୁଖ୍ୟ ଜେନେରାଲ ପ୍ରୟୁତ ଚାନ ଓଚା ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି।  

{"id":120467}

ସେପଟେ ନିର୍ବାଚନରେ ଏଭଳି ଅନିୟମିତତା ପାଇଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ବିରୋଧୀ ଦାୟି କରୁଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଆୟୋଗ ସିଟ ଆବଣ୍ଟନରେ ପକ୍ଷପାତିତା କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଆୟୋଗ ପାର୍ଟିମାନଙ୍କର ଲୋକପ୍ରୀୟତାକୁ ଆଧାର କରି ନିର୍ବାଚନମଣ୍ଡଳିମାନଙ୍କରେ ସିଟ୍ ଆବଣ୍ଟନ କରିଥିଲେ। ଭୋଟ ପରେ ଏଥିରେ ପରିବର୍ତ୍ତନ ହୋଇ ପାରେ ବୋଲି ମଧ୍ୟ କହିଥିଲେ। ହେଲେ ପରେ ଆୟୋଗ ତାଙ୍କ ପ୍ରତିଶ୍ରୁତିରୁ ଓହରିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.