୮କୋଟି ଟଙ୍କାର ରତ୍ନ ପଥର ଜବତ, ୨ଗିରଫ

Published By : Prameya-News7 Bureau | July 13, 2020 IST

ଭୁବନେଶ୍ବର ୧୩।୦୭ : କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌କୁ ବଡ ସଫଳତା ମିଳିଛି । ପ୍ରାୟ ୮କୋଟି ଟଙ୍କାର ମୁଲ୍ୟବାନ ରତ୍ନପଥର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏପ୍‌ ଟିମ୍‌ । ବିଭିନ୍ନ ସ୍ଥାନରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ମୁଲ୍ୟବାନ ରତ୍ନପଥର ଚୋରାଚାଲାଣ ହେଉଥିବାର ଗୁଇନ୍ଦା ସୂଚାନ ମିଳିଥିଲା । ଏହି ଖବର ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଦୀର୍ଘଦିନ ହେବ ଏହି ସବୁ ଘଟଣା ଉପରେ ନଜର ରଖିଥିଲା । ତେବେ ଖବର ପାଇଁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏମ୍‌ରେ କଳାହାଣ୍ଡି ଜିଲ୍ଲା ଜୁନାଗଡରେ ଚଢାଉ କରିଥିଲା । ଚଢାଉରେ ୮ କୋଟିରୁ ଅଧିକ ଟଙ୍କାର ରତ୍ନ ପଥର ଜବତ କରିଛି । ଏହି ଚୋରା ରତ୍ନ ପଥର କାରବାରରେ ୨ଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି । ସେମାନଙ୍କ ଠାରୁ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ପଚାଉପଚରା ଜାରି ରହିଛି । ଚୋରା ରତ୍ନ ପଥର ଜବତ ପରେ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏହି ଚୋରା କାରବାରରେ କିଏ କିଏ ସାମିଲ ଅଛନ୍ତି । ଏବଂ ଏହି ଚୋରା କାରବାରରେ ଚେର କେତେବାଟ ପର୍ଯ୍ୟନ୍ତ ଲମ୍ବିଛି ତାହାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.