୧୫୫ କିଲୋ ଓଜନର ରତ୍ନ ପଥର ଜବତ, ଜଣେ ଅଟକ
7/12/2020 at 2:20 PM

ରାୟଗଡା ୭।୧୨: ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରୁ ବିପୁଳ ପରିମାଣରେ ରତ୍ନ ପଥର ଜବତ କରିଛି ରାୟଗଡା ପୋଲିସ ଓ କ୍ରାଇମବ୍ରାଞ୍ଚ ।

ବିଶ୍ବସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଓ ରାୟଗଡା ପୋଲିସ ମିଳିତ ଚଢ଼ାଉ କରି ପ୍ରାୟ ୧୫୫ କିଲୋ ରତ୍ନ ପଥର ଜବତ କରାଯାଇଛି । ଏହି ଘଟଣାରେ ଜିତେନ୍ଦ୍ର କୁମାର ବେହେରା ନାମକ ଜଣେ ଅଟକ ରଖିଥିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଜିତେନ୍ଦ୍ରଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନେଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତେବେ କେଉଁ ସ୍ଥାନରୁ ଆଣି ଏହା ଗଛିତ ରଖିଥିଲେ ତାହା ଜଣାପଡିନାହିଁ । ଏହାର ତଦନ୍ତ ଜାରି ରହିଛି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021