ଅଶ୍ଳୀଳ ଭିଡିଓ ମାମଲା: ଗେହନା ବଶିଷ୍ଠଙ୍କ ଜାମିନ ଆବେଦନ ପୁଣି ଖାରଜ, ସୁପ୍ରିମକୋର୍ଟ ଯିବେ ଅଭିନେତ୍ରୀ

Published By : Prameya-News7 Bureau | September 07, 2021 IST

ମୁମ୍ବାଇ ୦୭/୦୯ : ଅଶ୍ଳୀଳ ଭିଡିଓ ମାମଲାରେ ଅଭିନେତ୍ରୀ ଗେହାନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପୁଣି ଥରେ ପ୍ରତ୍ୟାଖ୍ୟାନ କରାଯାଇଛି।ବମ୍ବେ ହାଇକୋର୍ଟ ଗେହନାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଗେହାନାଙ୍କ ଓକିଲ କହିଛନ୍ତି ଯେ ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟକୁ ଯିବ।

{"width":629,"height":382}
PunjabKesari

ଗେହାନାଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରିଥିଲା। ହାଇକୋର୍ଟଙ୍କ ପୂର୍ବରୁ ଗେହନା ସେସନ କୋର୍ଟରେ ଏକ ଜାମିନ ଆବେଦନ କରିଥିଲେ କିନ୍ତୁ ଜାମିନ ପାଇନଥିଲେ, ଏହା ପରେ ସେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଠାରେ ସେ ନିରାଶ ହୋଇଛନ୍ତି ।

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଗେହନା ତାଙ୍କ ସପୋର୍ଟରେ ବାହାରିଥିଲେ। ସେ କହିଥିଲେ , ମୁଁ ରାଜ କୁନ୍ଦ୍ରାଙ୍କ ସହ ୩ ଟି ଫିଲ୍ମ କରିସାରିଛି, ରାଜ ମୋ ଉପରେ କୌଣସି ପ୍ରକାର ଚାପ ପକାଇ ନାହାଁନ୍ତି କିମ୍ବା କିଛି ଲୁଚାଇ ନାହାଁନ୍ତି, ଏବଂ ଏହା ଆଡଲ୍ଟ ଭିଡିଓ ନୁହେଁ ବରଂ ଇରୋଟିକ୍ ଭିଡିଓ।

ଏହା ବ୍ୟତୀତ ଗଣମାଧ୍ୟମକୁ ଦିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ଗେହନା କହିଥିଲେ ଯେ ଯେଉଁମାନେ ଆଡଲ୍ଟ କଣ୍ଟେଟ୍ ବିଷୟରେ କହୁଛନ୍ତି ତା ବୋଲ୍ଡ ଫିଲ୍ମ। ଏହିପରି ଫିଲ୍ମ ଆଡଲ୍ଟ କାଟୋଗୋରୀରେ ଆସେ ନାହିଁ, ଏହାକୁ ଏକ ଭୁଲ ଉପାୟରେ ଉପସ୍ଥାପିତ କରାଯାଉଛି। ଆପଣ ଫିଲ୍ମ ନଦେଖି କିପରି ଏହାକୁ ଆଡଲ୍ଟ ବୋଲି କହୁଛନ୍ତି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.