Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପର୍ଣ୍ଣଫିଲ୍ମ ମାମଲା : ଗେହେନା ବଶିଷ୍ଠଙ୍କୁ ବଡ ଆଶ୍ୱସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଆଗୁଆ ଜାମିନ

23/09/2021 at 2:55 PM

ନୂଆଦିଲ୍ଲୀ, ୨୩।୦୯ :   ପର୍ଣ୍ଣ ଫିଲ୍ମ ମାମଲାରେ ଗେହେନା ବଶିଷ୍ଠଙ୍କୁ ବଡ ଆଶ୍ୱସ୍ତି । ସୁପ୍ରିମକୋର୍ଟ ଗେହେନାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ଏପରିକି ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ପୋଲିସ ଏବେସୁଦ୍ଧା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରାଙ୍କ ସମେତ ଅେକଙ୍କୁ ଗିରଫ କରିସାରିଛି ।

ଗେହେନା ଆଗୁଆ ଜାମିନ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଓକିଲ ଅଜିତ ବାଘ ନ୍ୟାୟମୂର୍ତ୍ତି ସଂଜୟ କିଷନ କୌଲ ଓ ବିଆର ଗଓ୍ୱଇଙ୍କ ଖଣ୍ଡପୀଠରେ ଅନେକ କାଗଜପତ୍ର ଦାଖଲ କରିଥିଲେ । ଏହାସହ ଗେହେନାଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ ।

ଅଜିତ ଖଣ୍ଡପୀଠଙ୍କ ସାମ୍ନାରେ କହିଥିଲେ ଯେ, ତଦନ୍ତ ଚାଲିଛି । ଗେହେନାଙ୍କ ପକ୍ଷରୁ ପ୍ରଥମେ  ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ମାମଲାର ସମସ୍ତ କାଗଜପତ୍ର ଦେଖିବା ପରେ କୋର୍ଟ ଗେହେନାଙ୍କୁ ଗିରଫ ନକରିବାକୁ କହିବା ସହ ଆବଶ୍ୟକ ହେଲେ ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି କହିଥିଲେ ।

ପୂର୍ବରୁ ଗତ ୭ ତାରିଖରେ ବମ୍ବେ ହାଇକୋର୍ଟ ଗେହେନା ବଶିଷ୍ଠଙ୍କ ଆଗୁଆ ଜାମିନ ଖାରଜ କରିଦେଇଥିଲେ । ଏହାସହ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶନାମା ଉପରେ ରୋକ୍ ଲଗାଇଛନ୍ତି ଯେଉଁଥିରେ ବମ୍ବେ ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଖାରଜ କରିଥିଲେ ।

ସୂଚନାଯୋଗ୍ୟ, ପର୍ଣ୍ଣ ଫିଲ୍ମ ଶୁଟିଂ ମାମଲାରେ ଗେହେନାଙ୍କ ସଂପୃକ୍ତି ଥିବା ପୋଲିସ କହିଥିଲା । ଏହାସହ ସେ ମହିଳାଙ୍କୁ ଅଶ୍ଲୀଳ ଫିଲ୍ମ କରିବାକୁ ଟଙ୍କା ଲୋଭ ଦେଖାଉଥିବା ଅଭିଯୋଗ ରହିଥିଲା । ଏହି ସବୁ ପର୍ଣ୍ଣ ଫିଲ୍ମ ଏକ ମୋବାଇଲ ଆପ୍ଲିକେସନରେ ଅପଲୋଡ୍ କରାଯାଇଥିଲା ।

   Related Posts