ବୋଲ୍ଡ କଣ୍ଟେଟ୍ ପାଇଁ ରାଜ କୁନ୍ଦ୍ରାଙ୍କୁ ଉସକାଉଥିଲେ ଶେର୍ଲିନ୍, ଗେହନା କଲେ ଖୁଲାସା

Published By : Prameya-News7 Bureau | September 29, 2021 IST

ମୁମ୍ବାଇ ୨୯/୦୯: ଅଶ୍ଳୀଳ ଭିଡିଓ ମାମଲାରେ ପ୍ରାୟ ଦୁଇମାସ ଜେଲରେ ରହିବା ପରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଛି। ରାଜ କୁନ୍ଦ୍ରା ଏହି ମାମଲାରେ ଫସିବା ପରେ ଶେର୍ଲିନ୍ ଚୋପ୍ରା ସର୍ବଦା ତାଙ୍କ ବିରୋଧରେ କହି ଆସିଛନ୍ତି। ଏଥି ସହିତ ଅଭିନେତ୍ରୀ ଗେହନା ବଶିଷ୍ଠ, ଯାହାଙ୍କୁ ଜେଲ ଯିବାକୁ ପଡିଥିଲା, ସେ ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ସମର୍ଥନରେ ଆସିଛନ୍ତି। କେବଳ ଏତିକି ନୁହେଁ, ସେ ଶେର୍ଲିନ୍ ଚୋପ୍ରାଙ୍କ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଅଟନ୍ତି।

ଏକ ଇଣ୍ଟରଭ୍ୟୁରେ ଗେହନା କହିଛନ୍ତି, ଶେର୍ଲିନ୍ ରାଜ କୁନ୍ଦ୍ରାଙ୍କୁ ଏଭଳି କଣ୍ଟେଟ ତିଆରି କରିବାକୁ ଉସକାଇଥିଲେ। ସେ ପବ୍ଲିସିଟି ପାଇଁ ଏପରି ପଦ୍ଧତି ଗ୍ରହଣ କରନ୍ତି ଏବଂ ରାଜ-ଶିଳ୍ପାଙ୍କ ବିରୋଧରେ କହୁଛନ୍ତି ଯାହା ଦ୍ୱାରା ସେ ଲାଇମ୍ ଲାଇଟ୍‌କୁ ଆସିପାରିବେ। ଗେହନାଙ୍କ ଅନୁଯାୟୀ ଶେର୍ଲିନ୍ ଏହି ମାମଲା ମୂଳ ଅଟନ୍ତି।

ଗେହନା ଆହୁରି କହିଛନ୍ତି, 'ଶେରଲିନ୍ ରାଜ କୁନ୍ଦ୍ରାଙ୍କ ଉପରେ ଏଥିପାଇଁ ଅଭିଯୋଗ କରୁଛନ୍ତି ଯାହା ଦ୍ୱାରା ସେ ବୋଲ୍ଡ କଣ୍ଟେଟ୍ ତିଆରି କରିଥିବା ଅଭିଯୁକ୍ତ ଭାବରେ ଆଗକୁ ଆସିବେ ନାହିଁ। ଏବେ ସେ ଶିଳ୍ପା ଶେଟ୍ଟୀଙ୍କୁ ନେଇ ପର୍ସନାଲ୍ ଷ୍ଟେଟମେଣ୍ଟ ଦେଉଛନ୍ତି। ଯଦି ଶିଳ୍ପା ଚାହାଁନ୍ତି, ତେବେ ସେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିପାରିବେ, କିନ୍ତୁ ଶିଳ୍ପା ତାଙ୍କୁ ଏତେ ଗୁରୁତ୍ୱ ଦେବା ଠିକ୍ ମନେ କରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.