Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

5/07/2021 at 3:59 PM

ନୂଆଦିଲ୍ଲୀ ୦୫/୦୭: କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଳଙ୍କ ହୃଦଘାତ ହେତୁ ଦେହାନ୍ତ ହୋଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ଏହି ଝଟକାରୁ ବାହାରି ନାହିଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ଗହନା ବଶିଷ୍ଠ ହୃଦଘାତରେ ପୀଡିତ ହୋଇଛନ୍ତି । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କୁ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପରେ ରଖାଯାଇଛି । ଗହନାଙ୍କ ହୃଦଘାତ ବିଷୟରେ ସୂଚନା ଅଭିନେତ୍ରୀଙ୍କ ମୁଖପାତ୍ର ଫ୍ଲିନି ରେମିଡିଓ ଦେଇଛନ୍ତି।

PunjabKesari

ସେ ଗଣମାଧ୍ୟମକୁ କହିଛନ୍ତି, ‘ଗତ ଶନିବାର ଦିନ ଗହନାଙ୍କର ହୃଦଘାତ ହୋଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ପଶ୍ଚିମ ମୁମ୍ବାଇର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଁ ଏପର୍ଯ୍ୟନ୍ତ ତାଙ୍କୁ ଭେଟି ନାହିଁ ତାଙ୍କ ବିଲ୍ଡିଂରୁ ମୋତେ ଜଣାଇ ଦିଆଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋତେ କୁହାଯାଇଥିଲା ଯେ ସେ ଚେତାଶୂନ୍ୟ ଏବଂ କାହା ସହିତ କଥାବାର୍ତ୍ତା କରିବାର ଅବସ୍ଥାରେ ନାହାଁନ୍ତି ।’

PunjabKesari

ଅଭିନେତ୍ରୀଙ୍କ ମଧୁମେହ ଅଛି, ଯଦି ସେ ଠିକ୍ ସମୟରେ ଇନସୁଲିନ୍ ନ ପାଆନ୍ତି, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଏ। ଏହାପୂର୍ବରୁ ସୁଟିଂ ସମୟରେ ଗହାନା ମଧ୍ୟ ଅଚେତ୍ ହୋଇଯାଇଥିଲେ। ୨୦୧୯ ମସିହାରେ, ଗହନା କିଛି ନ ଖାଇ ଅନେକ ଘଣ୍ଟା ଧରି ଲଗାତାର ସୁଟିଂ କରିଥିଲେ । ଯେଉଁଥିପାଇଁ ସେ ଅଚେତ ହୋଇଯାଇଥିଲେ। ତାଙ୍କ ଅବସ୍ଥା ମଧ୍ୟ ବହୁତ ଖରାପ ହୋଇଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଅନେକ ଦିନ ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଥିଲେ।

   Related Posts