ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କ ପରଲୋକ, ଟ୍ବିଟ୍ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
31/12/2019 at 11:33 AM

ଭୁବନେଶ୍ବର ୩୧।୧୨: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜ୍ବାଇଁ ତଥା ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ବାମୀ ସୋନି ମେହେଟ୍ଟାଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ଦିନ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୋନିଙ୍କ ଦେହାନ୍ତରେ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲେଖିଛନ୍ତି, ‘ ମୁଁ ମୋର ଭିଣୋଇ ସୋନି ମେହେଟ୍ଟା (ମୋ ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ବାମୀ) ଙ୍କ ପରଲୋକରେ ଗଭୀର ମର୍ମାହତ । ସୋନି ମେହେଟ୍ଟା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଏବଂ ଅତି ସଭ୍ୟ ଶିକ୍ଷିତ ମଣିଷଙ୍କ ମଧ୍ୟରେ ଜଣେ । ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ।’
I am deeply grieved by the passing away of my brother in law Sonny Mehta ( Husband of my sister Gita Mehta). He was one of the world’s best editors and an extremely civilized person. May his soul rest in peace.
— Naveen Patnaik (@Naveen_Odisha) December 31, 2019
ସୋନି ମେହେଟ୍ଟା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ଥିଲେ । ସେ ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲ୍ ଡେ ପବ୍ଲିକେସନର ଅଧ୍ୟକ୍ଷ ତଥା ମୁଖ୍ୟସଂପାଦକ ମଧ୍ୟ ଥିଲେ ।

୧୯୪୨ ମସିହାରେ ଜନ୍ମ ଗ୍ରହଣ କରିଥିବା ସୋନି ମେହେଟ୍ଟା ସ୍ବାଧୀନ ଭାରତର ପ୍ରଥମ କୂଟନୀତିଜ୍ଞ ସ୍ବର୍ଗତ ଅମ୍ରିକ୍ ସିଂହ ମେହେଟ୍ଟାଙ୍କ ପୁଅ । ସେ ଭାରତର ସନଓ୍ବା ସ୍କୁଲ ଏବଂ ବ୍ରିନେଟ୍ ର ସେଭେନଓ୍ବକ୍ସ ସ୍କୁଲରେ ଶିକ୍ଷାଗ୍ରହଣ କରିଥିଲେ । କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ବୃତ୍ତି ପାଇ ପାଠ ପଢିଥିଲେ । ଇଂଗ୍ରାଜୀ ସାହିତ୍ୟ ଓ ଇତିହାସରେ ଡିଗ୍ରୀ କରିଥିବା ସୋନି ମେହଟ୍ଟା ଗ୍ରାଣ୍ଟା ପତ୍ରିକାର ସଂପାଦନା କରିଥିଲେ ।