କୋରିଓଗ୍ରାଫର ଗୀତା କପୁର କହିଲେ କାହିଁକି ଲଗାଇଛନ୍ତି ସିନ୍ଦୂର, ଫଟୋସୁଟ୍ ନୁହେଁ ଏହା ସତ୍ୟ

Published By : Prameya-News7 Bureau | May 19, 2021 IST

ନୂଆଦିଲ୍ଲୀ ୧୯/୦୫: କୋରିଓଗ୍ରାଫର ଗୀତା କପୁରଙ୍କ କିଛି ଫଟୋ ଆଜିକାଲି ଚର୍ଚ୍ଚାରେ । ସେଥିରେ ସେ ସିନ୍ଦୁର ଲଗାଇଥିବା ଦେଖାଯାଇଛି । ବିନା ବିବାହରେ 'ଗୀତା ମା'ଙ୍କୁ ସିନ୍ଦୂର ଲଗାଇଥିବାର ଦେଖି ତାଙ୍କ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନେକ ଲୋକ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କୁ ପ୍ରଶ୍ନ କରୁଛନ୍ତି । ବର୍ତ୍ତମାନ ଗୀତା ନିଜେ କହିଛନ୍ତି ଯେ ଏହି ଫଟୋଗୁଡ଼ିକ ଫଟୋସପ୍ ନୁହେଁ ବରଂ ବାସ୍ତବ ଅଟେ । ସେ ସିନ୍ଦୂର ଲଗାଇବାର କାରଣ ମଧ୍ୟ କହିଛନ୍ତି ।

wp:html
/wp:html

ଗୀତା କପୁରଙ୍କ ସିନ୍ଦୂର ପିନ୍ଧା ଫଟୋ ଦେଖି ଲୋକମାନେ ତାଙ୍କର ଗୁପ୍ତ ବିବାହ ବିଷୟରେ କଳ୍ପନା କରୁଛନ୍ତି । ଗୀତା କପୁର କହିଛନ୍ତି ଯେ ସେ ବିବାହିତ ନୁହଁନ୍ତି। ସେ କହିଛନ୍ତି, ଯଦି ମୁଁ ବିବାହ କରେ ତେବେ ମୁଁ ଲୁଚାଇବି ନାହିଁ। ଆହୁରି ମଧ୍ୟ, ମୁଁ ବର୍ତ୍ତମାନ କିପରି ବିବାହ କରିପାରିବି, ମୋ ମା’ଙ୍କ ଦେହାନ୍ତକୁ କିଛି ମାସ ହୋଇଛି ।

ଫଟୋ ବିଷୟରେ ପଚରାଯିବାରୁ, ଗୀତା କହିଛନ୍ତି ଯେ ଫଟୋଗୁଡ଼ିକ ବାସ୍ତବ ଅଟେ । ସେ କହିଛନ୍ତି, ମୁଁ ସିନ୍ଦୁର ଲଗାଇଛି। ଏହି ଫଟୋଗୁଡ଼ିକ ହେଉଛି 'ସୁପର ଡାନ୍ସର୍ ୪'ର ସର୍ବଶେଷ ଫଟୋସୁଟ୍ । ଏହି ଏପିସୋଡ୍ ବଲିଉଡର ଏଭରଗ୍ରୀନ୍ ହିରୋଇନମାନଙ୍କ ଉପରେ ଅଛି । ଏଥିରେ ଆମକୁ ସେମାନଙ୍କ ପରି ପ୍ରସ୍ତୁତ ହେବାର ଥିଲା । ମୁଁ ରେଖାଜୀଙ୍କ ପରି ପ୍ରସ୍ତୁତ ହୋଇଥିଲି । ସେ ସିନ୍ଦୂର ଲଗାନ୍ତି,ତେଣୁ ମୁଁ ମଧ୍ୟ ସିନ୍ଦୁର ଲଗାଇଲି ।

wp:html
/wp:html

ଗୀତା କପୁର ପ୍ରାୟତଃ ସୋ’ରେ କୁହନ୍ତି ଯେ ତାଙ୍କ ମା ତାଙ୍କୁ ଏକ ବିବାହ ବସ୍ତ୍ରରେ ଦେଖିବାକୁ ଚାହାଁନ୍ତି । ତଥାପି, ଗୀତା ତାଙ୍କ ଇଚ୍ଛା ପୂରଣ କରିପାରିଲେ ନାହିଁ । ୧୨ ଜାନୁୟାରୀ 2୦୨୧ ରେ, ଗୀତାଙ୍କ ମା ଏହି ଦୁନିଆକୁ ବିଦାୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.