ଜିଡିପିକୁ ନେଇ ଆସିଲା ଖୁସି ଖବର, ୦.୪ ପ୍ରତିଶତ ବଢ଼ିଲା ତ୍ରୈମାସିକ ଜିଡିପି
26/02/2021 at 6:29 PM

ନୂଆଦିଲ୍ଲୀ, ୨୬/୦୨: ଖରାପ ପରିସ୍ଥିତି ଦେଇ ଗତି କରୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ନେଇ ଭଲ ଖବର ମିଳିଛି । ଡିସେମ୍ୱର ତ୍ରୈମାସିକରେ ଭାରତର ସକଳ ଘରୋଇ ଉତ୍ପାଦ ବା ଜିଡିପିରେ ୦.୪ ପ୍ରତିଶତ ବୃଦ୍ଧି ହୋଇଛି । ଅର୍ଥାତ ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ପରିଲକ୍ଷିତ ହୋଇଛି ।
୨୦୨୦-୨୧ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପିରେ ୮ ପ୍ରତିଶତ ହ୍ରାସ ହେବା ନେଇ ଅନୁମାନ କରାଯାଉଛି । ଜିଡିପିର ଏହି ସମୟକୁ ହିଁ ଅପେକ୍ଷା କରାଯାଇଥିଲା । ରାଷ୍ଟ୍ରିୟ ସଂଖ୍ୟକ କାର୍ଯ୍ୟାଳୟ ବା ଏନ୍ଏସ୍ଓ ଦ୍ୱାରା ଏହି ଅନୁମାନ ଜାରି କରାଯାଇଥିଲା । ଏପ୍ରିଲ୍ରୁ ଜାନୁଆରୀ ପର୍ଯ୍ୟନ୍ତ ରାଜକୋଷରେ ୧୨.୩୪ ଲକ୍ଷ କୋଟି ଟଙ୍କାର ଘାଟା ହୋଇଥିଲା ।
ଆଇସିଆଇସିଆଇ ସିକ୍ୟୁରିଟିଜ୍ ଦ୍ୱାରା ୧,୭୨୨ କମ୍ପାନୀଙ୍କ ତ୍ରୈମାସିକ ତଥ୍ୟକୁ ଆଧାର କରି କରାଯାଇଥିବା ଏକ ବିଶ୍ଲେଷଣରୁ ଏହା ସାମ୍ନାକୁ ଆସିଛି ଯେ, ଅର୍ଥନୀତିରେ ଦ୍ରୁତ ସୁଧାର ହେଉଛି ।
କହିରଖୁଛୁ ଯେ, କରୋନା ମହାମାରୀ କାରଣରୁ ଭାରତର ଅର୍ଥବ୍ୟବସ୍ଥା ଇତିହାସରେ ପ୍ରଥମ କରି ନିଚ୍ଚ ସ୍ତରକୁ ଖସି ଆସିଥିଲା । ଯଦି କୌଣସି ଦେଶର ଅର୍ଥବ୍ୟବସ୍ଥା ଲଗାତାର ହ୍ରାସ ଘଟେ ତେବେ ଟେକ୍ନିକ୍ ସ୍ତରରେ ଏହି ଦେଶ ଦୃବଳ ହୋଇପଡ଼େ ବୋଲି କୁହାଯାଏ ।
ବିଶ୍ୱର ଅର୍ଥନୀତିରେ ମଧ୍ୟ କରୋନା ମାଡ଼ ଖୁବ୍ ପ୍ରଭାବ ପକାଇଥିଲା । ଏହି କାରଣରୁ ପୂର୍ବବର୍ଷର ପ୍ରଥମ ତ୍ରୈମାସିକ ଆର୍ଥାତ ଜୁନ୍ ମାସରେ ଭାରତୀୟ ଅର୍ଥବ୍ୟବସ୍ଥାରେ ୨୩.୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା ।