୨୦୧୯-୨୦ ଚତୁର୍ଥ ତ୍ରୈମାସିକରେ ୩.୧ ପ୍ରତିଶତକୁ ଖସିଥିଲା GDP ହାର, କୋର ସେକ୍ଟର ଫଳାଫଳ ନୈରାଶ୍ୟଜନକ

Published By : Prameya-News7 Bureau | May 29, 2020 IST

ନୂଆଦିଲ୍ଲୀ ୨୯।୫: ଭାରତର ଜିଡିପି ଅଭିବୃଦ୍ଧିହାର ଗତ ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ (ଜାନୁୟାରୀ-ମାର୍ଚ୍ଚ)ରେ ୩.୧ ପ୍ରତିଶତକୁ ହ୍ରାସ ହୋଇଥିଲା। ଯାହାକି ଗତ ୮ ବର୍ଷରେ ଦେଶର ସବୁଠୁ ମନ୍ଥର ଅଭିବୃଦ୍ଧି ହାର ବୋଲି ଜଣାପଡିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଶୁକ୍ରବାର ଜାରି କରିଥିବା ରିପୋର୍ଟରୁ ଏହା ଜଣାପଡିଛି। ଦେଶର ଅଭିବୃଦ୍ଧି ହାର ଉପରେ କୋଭିଡ-୧୯ର ସଂକଟ ପଡିବା ଯୋଗୁ ଏପରି ହ୍ରାସ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏହା ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ଅଭିବୃଦ୍ଧି ହାର ୫.୭ ପ୍ରତିଶତ ଥିବା ଏନଏସଓ ରିପୋର୍ଟରେ ସୂଚିତ କରିଛନ୍ତି। 

{"id":278121,"sizeSlug":"large"}

ଦେଶରେ କରୋନା ସଂକ୍ରମଣ ଲାଗି ସରକାର ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ୨୧ ଦିନିଆ ଲକଡାଉନ୍‌ ଜାରି କରିଥିଲେ। ତେବେ ଏହା ପୂର୍ବରୁ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସାରା ବିଶ୍ୱର ଆର୍ଥିକ ଗତିବିଧି ମାନ୍ଦା ହୋଇସାରିଥିଲା। ଯାହାର ପ୍ରଭାବ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବି ପଡିଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଥିଲେ। ସେହିପରି ଏନଏସଓ ମଧ୍ୟ ଗତ ଜାନୁୟାରୀ, ଫେବୃଆରୀରେ ଦେଶର ପ୍ରଥମ ଓ ଦ୍ୱିତୀୟ ଅଗ୍ରୀମ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରିଥିଲେ।

{"id":278122,"width":580,"height":488,"sizeSlug":"large"}

ଆଗକୁ ମିଳୁନି ପରିସ୍ଥିତି ପରିବର୍ତ୍ତନର ସଙ୍କେତ
ତେବେ ସବୁଠାରୁ ବଡ କଥା ହେଲା କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଦେଶର ଦେବାଳିଆ ଆର୍ଥିକ ପରିସ୍ଥିତିର ସେପରି କୌଣସି ପରିବର୍ତ୍ତନର ସଂକେତ ମଧ୍ୟ ମିଳୁ ନାହିଁ। ଗତ ଦିନରେ ଆରବିଆଇ ମଧ୍ୟ ଏହା ସ୍ୱୀକାର କରିଛନ୍ତି ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧି ଋଣାତ୍ମକ ହୋଇପାରେ ବୋଲି କହିଛନ୍ତି।

{"id":278123,"sizeSlug":"large"}

ସେପଟେ ଆସିଲା କୋର ଇଣ୍ଡଷ୍ଟ୍ରିର ଫଳାଫଳ
ଗୋଟିଏ ପଟେ ଏନଏସଓ ରିପୋର୍ଟ ପ୍ରଦାନ କରିଥିବା ବେଳେ ଅନ୍ୟପଟେ କୋର ଇଣ୍ଡଷ୍ଟ୍ରିର ଫଳାଫଳ ମଧ୍ୟ ମିଳିଯାଇଛି। ଦେଶ ଲକଡାଉନ୍‌ କୁ ଯିବା ଯୋଗୁ କୋର ସେକ୍ଟରରେ ୩୮ ପ୍ରତିଶତର ରେକର୍ଡ ହ୍ରାସ ହୋଇଥିବା ଜଣାପଡିଛି। ଲକଡାଉନ ଜାରି ପୂର୍ବରୁ ମାର୍ଚ୍ଚ ମାସରେ କୋର ସେକ୍ଟରରେ ୯ ପ୍ରତିଶତ ହ୍ରାସ ଦେଖା ଦେଇଥିଲା। ମାର୍ଚ୍ଚ ଶେଷ ସପ୍ତାହ ଲକଡାଉନ୍‌ ଥିଲା ତେବେ ପରେ ଏପ୍ରିଲ ଓ ମେ ମାସ ପୁରା ଉଦ୍ୟୋଗ ଗତିବିଧି ଠପ ରହିବା ଏପରି ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡିଛି।

{"id":278124,"width":577,"height":432,"sizeSlug":"large"}

ସବୁଠୁ ଅଧିକ ହ୍ରାସ ହୋଇଛି ସିମେଣ୍ଟ ଓ ଷ୍ଟିଲ କ୍ଷେତ୍ରରେ
ଏହି ହ୍ରାସ କୋର ସେକ୍ଟରର ପ୍ରମୁଖ ୮ଟି କ୍ଷେତ୍ରରେ ଦେଖାଯାଇଛି। ତେବେ ସିମେଣ୍ଟ ଓ ଷ୍ଟିଲ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତବର୍ଷର ଏହି ସମୟ ଫଳାଫଳ ଅନୁସାରେ ସିମେଣ୍ଟ ସେକ୍ଟରରେ ୮୬ ଓ ଷ୍ଟିଲ ସେକ୍ଟରରେ ୮୩ ପ୍ରତିଶତର ଗୁରୁତର ହ୍ରାସ ଦେଖାଯାଇଛି। ତେବେ ସରକାର ଲକଡାଉନ୍‌ ନିୟମରେ କୋହଳ କରି କିଛି କ୍ଷେତ୍ରକୁ ରିହାତି ପ୍ରଦାନ କରିଥିବା ବେଳେ ଗତିବିଧି ମଧ୍ୟ ଆରମ୍ଭ ହୋଇଗଲାଣି। ଏଣୁ କିଛିଟା ସୁଧାର ଆସିବାର ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.