Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

୨ଟଙ୍କା ମହଙ୍ଗା ହେଲା ଅମୂଲ, ମଙ୍ଗଳବାର ସାରା ଦେଶରେ ଲାଗୁ ହେବ ନୂଆ ଦର

20/05/2019 at 7:13 PM

ନୂଆଦିଲ୍ଲୀ ୨୦।୫: ଅମୂଲ ବ୍ରାଣ୍ଡରେ ସାରା ଦେଶରେ ଦୁଗ୍ଧ ଉତ୍ପାଦ ବିକ୍ରୟ କରୁଥିବା ଗୁଜୁରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ ଜିସିଏମ୍ଏମ୍ଏଫ ଦୁଗ୍ଧ ମୂଲ୍ୟାରେ ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ଦର ମଙ୍ଗଳବାର ସାରା ଦେଶରେ ଲାଗୁ ହେବ। ଦୁଗ୍ଧ ମୂଲ୍ୟରେ ଅଢେଇ ବର୍ଷ ପରେ ଏହି ବୃଦ୍ଧି କରାଯାଇଥିବା ଜିସିଏମ୍ଏମ୍ଏଫ କହିଛନ୍ତି। ତେବେ ଗୋ ଖାଦ୍ୟ ଓ ଅନ୍ୟାନ୍ୟ ଦର ବୃଦ୍ଧି ଯୋଗୁ ପ୍ରତି ଲିଟର ଖୀରରେ ଏହି ଦର ବୃଦ୍ଧି କରାଯାଇଥିବା ମହାସଂଘ କହିଛନ୍ତି। ଏହା ପୂର୍ବରୁ ୨୦୧୪ ମସିହାରେ ଅମୂଲ ଦୁଗ୍ଧମୂଲ୍ୟ ବୃଦ୍ଧି ହୋଇଥିଲା।

ନୂଆ ଦର ରାଜଧାନୀ ଦିଲ୍ଲୀ ସମେତ ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମହାରାଷ୍ଚ୍ର ଓ ସମସ୍ତ ରାଜ୍ୟରେ ଲାଗୁ ହେବ। ଅମୂଲର ସମସ୍ତ ୬ଟି ବ୍ରାଣ୍ଡରେ ଲାଗୁ ହେବ ଏହି ଦର । ଏଣୁ ଅହମ୍ମଦାବାଦରେ ଅଧଲିଟର ଅମୂଲ ଗୋଲ୍ଡର ମୂଲ୍ୟ ୨୭ ଟଙ୍କା ହେବାକୁ ଥିବା ବେଳେ ଅମୂଲ ଶକ୍ତି ୨୫, ଅମୂଲ ତାଜା ୨୧ ଓ ଅମୂଲ ଡୟମଣ୍ଡ ୨୮ଟଙ୍କାରେ ବିକ୍ରୟ ହେବ। ତେବେ ଅହମ୍ମଦାବାଦରେ ଜୁନ ୪ ତାରିଖରୁ ନୂଆ ଦର ଲାଗୁ ହେବ ବୋଲି ମହାସଂଘ କହିଛନ୍ତି।

ଦୁଗ୍ଧର ଉତ୍ପାଦନ ହ୍ରାସ ଓ ଗୋଖାଦ୍ୟ ମୂଲ୍ୟରେ ଲଗାତାର ବୃଦ୍ଧି ଯୋଗୁ ଗୋ ପାଳନ ପାଇଁ ଦୁଗ୍ଧ ଚାଷୀଙ୍କ ଆଗ୍ରହ ହ୍ରାସ ହେଉଛି। ଏଣୁ ଦୁଗ୍ଧ ଚାଷୀଙ୍କ ଆର୍ଥିକ ବିକାଶ ନିମନ୍ତେ ମହାସଂଘ ମୂଲ୍ୟବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଅମୂଲର ପରିଚାଳନା ନିର୍ଦେଶକ ଆର.ଏସ୍.ସୋଢୀ କହିଛନ୍ତି। ଏବେ ମୁଦ୍ରାସ୍ପିତି ୧୪ପ୍ରତିଶତ ଥିବା ବେଳେ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଏଣୁ ମୂଲ୍ୟ ବୃଦ୍ଧିକୁ ସମସ୍ତେ ସ୍ବୀକାର କରିବାକୁ ଅମୂଲ ପକ୍ଷରୁ ଗ୍ରାହକଙ୍କୁ ନିବେଦନ କରଯାଇଛି।  

   Related Posts