ବିବାଦ ବଢିବା ପରେ ମାଲାୟାଲମ୍ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିଲା ଜି.ବି ପନ୍ତ ହସ୍ପିଟାଲ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୬/୬ : ମାଲାୟାଲମ୍ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କଲା ଜି.ବି ପନ୍ତ ହସ୍ପିଟାଲ । ଭାଷା ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ନେଇ ଦେଖାଦେଇଥିଲା ବିବାଦ । କଂଗ୍ରେସ ଏହାକୁ ବିରୋଧ କରିବା ପରେ ପ୍ରଶାସନ ଏହି ଆଦେଶ ପ୍ରତ୍ୟାହାର କରି ନେଇଛି । ଜିବି ପନ୍ତ ହସ୍ପିଟାଲରେ ମାଲାୟାଲମ୍ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

wp:html /wp:html

ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ଶଶି ଥରୁର ଏହାକୁ ବିରୋଧ କରିଥିଲେ । କରୋନା ବିରୋଧରେ ଲଢେଇରେ ଡାକ୍ତର ଏବଂ ନର୍ସମାନେ ଇଶ୍ବରଙ୍କଠାରୁ କମ୍ ନୁହଁନ୍ତି । ଲୋକମାନେ ଦିନରାତି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି । କିନ୍ତୁ ଜି.ବି ପନ୍ତ ହସ୍ପିଟାଲରେ କାର୍ଯ୍ୟରତ ନର୍ସଙ୍କୁ ମାଲାଲାୟମ ଭାଷାର ବ୍ୟବହାର ନକରିବାକୁ ବିବାଦୀୟ ସର୍କୁଲାର ଜାରି କରାଯଇଥିଲା । ଏହି ସର୍କୁଲାର ଅନୁଯାୟୀ ସମସ୍ତ ନର୍ସଙ୍କୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ କହିବାକୁ କୁହାଯାଇଥିଲା । ଯାହାକୁ ତୀବ୍ର ବିରୋଧ କରିଥିଲେ କାର୍ଯ୍ୟରତ ନର୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.