Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦିଲ୍ଲୀର ବଡ ହସ୍ପିଟାଲରେ ଭାଷା ବିବାଦ : ମାଲାୟଲାମ କହିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ, ନର୍ସଙ୍କ ସପକ୍ଷରେ ବାହାରିଲେ ରାହୁଲ

6/06/2021 at 10:31 AM

ନୂଆଦିଲ୍ଲୀ ୬/୬ : ଦିଲ୍ଲୀ ଜି.ବି ପନ୍ତ ହସ୍ପିଟାଲରେ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ନେଇ ଦେଖାଦେଇଛି ବିବାଦ । ସମସ୍ତ ନର୍ସିଂ କର୍ମଚାରୀ କେବଳ ହିନ୍ଦୀ କିମ୍ବା ଇଂରାଜୀରେ କଥା ହେବାକୁ ଦିଆଯାଇଛି ନିର୍ଦ୍ଦେଶ । ଯଦି କଥାରେ ଅବମାନନା ହୁଏ ତାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି ଚେତାବନୀ ବି ଦିଆଯାଇଛି । ତେବେ ଏହି ମାମଲାରେ ନର୍ସଙ୍କ ସପକ୍ଷରେ ବାହାରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ରାହୁଲ କହିଛନ୍ତି ଯେ ମାଲାୟାଲମ୍ ଅନ୍ୟ ଭାଷା ପରି ଭାରତୀୟ ଭାଷା । ଭାଷା ନାମରେ ଭେଦଭାବ ବନ୍ଦ କରାଯିବା ଉଚିତ୍ । ବାସ୍ତବରେ ଡାକ୍ତରଖାନାରେ ଅଭିଯୋଗ ଆସିଥିଲା ​​ଯେ ନର୍ସିଂ କର୍ମଚାରୀମାନେ ସେମାନଙ୍କ ରାଜ୍ୟ କିମ୍ବା ସ୍ଥାନୀୟ ଭାଷାରେ କଥା ହୁଅନ୍ତି । ଯେଉଁଥିପାଇଁ ରୋଗୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ତେବେ ଦେଖାଯାଏ ଯେ, ରୋଗୀମାନେ ମଧ୍ୟ ଅନେକ ସ୍ଥାନରୁ ଆସିଥାନ୍ତି ଯେଉଁମାନେ ଠିକ ରୂପେ ଭାଷା ବୁଝିପାରନ୍ତିନି ।

ସେଥିପାଇଁ ହସ୍ପିଟାଲରେ କେବଳ ହିନ୍ଦୀ ଏବଂ ଇଂରାଜୀ ବାଧ୍ୟତାମୂଳକ କରାଯାଇଛି । ଯଦି ଏ ନେଇ ଅବମାନନା ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ନେଇ ବି ଚେତାବନୀ ଦିଆଯାଇଛି । ଜି.ବି ପନ୍ତ ହସ୍ପିଟାଲ ତରଫରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି । ସେପଟେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ନର୍ସମାନେ । ସେମାନେ ଏନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ସେପଟେ ଏହି ନିଷ୍ପତ୍ତି ନେଇ ଆପତ୍ତି ଉଠାଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ସେ କହିଛନ୍ତି ଭାରତ ଭଳି ଲୋକତାନ୍ତ୍ରିକ ଦେଶରେ ଏଭଳି ହେବା ନିହାତି ଆଶ୍ଚର୍ଯ୍ୟଜନକ । ଏହା ମାନବାଧିକାର ଉଲ୍ଲଙ୍ଘନ କରୁଛି । କେରଳ ଓ୍ୱାୟନାଡା ସାଂସଦ ରାହୁଲ ଗାନ୍ଧି ଏବଂ ପାର୍ଟିର ସାଧାରଣ ସମ୍ପାଦକ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନକୁ ଚିଠି ଲେଖି ଜଣାଇଛନ୍ତି।

   Related Posts