Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ଦୁଇ ସାଥିଙ୍କୁ ଆଜୀବନ ଜେଲ୍‌, ୨ ଲକ୍ଷ ଲେଖାଏଁ ଜରିମାନା ଲଗାଇଲେ କୋର୍ଟ

12/11/2021 at 6:31 PM

ଲକ୍ଷ୍ନୌ ୧୨/୧୧: ଉତ୍ତରପ୍ରଦେଶର ପୂର୍ବତନ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କ ଦୁଇ ସାଥିଙ୍କୁ ଗଣଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ମାମଲାରେ ଏମପି/ଏମଏଲଏ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୩ ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଚାକିରି ଦେବା ନାଁରେ ଚିତ୍ରକୁଟର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ମାମଲାରେ ନଭେମ୍ବର ୧୦ ରେ ପ୍ରଜାପତି ଏବଂ ତାଙ୍କର ଦୁଇ ସାଥିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହା ସହ ଶୁକ୍ରବାର ଅର୍ଥାତ ଆଜି ୩ ଦୋଷୀଙ୍କୁ ଦଣ୍ଡଦେଶ ମିଳିଛି। ଅଭିଯୋଗକାରୀ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଭାରତୀୟ ପେନାଲ କୋଡ୍‌ର ଧାରା ଅନୁସାରେ ଗଣଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ ଏବଂ ପକ୍ସୋ ଆକ୍ଟରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବାର ପ୍ରାବଧାନ ରହିଛି।

କୋର୍ଟ ଗାୟତ୍ରୀ ପ୍ରଜାପତି, ଅଶୋକ ତିଓ୍ବାରୀ ଏବଂ ଆଶିଷ କୁମାର ଶୁକ୍ଳାଙ୍କୁ ଗଣଦୁଷ୍କର୍ମ ଏବଂ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲେ।  ସେପଟେ ପ୍ରମାଣ ନମିଳିବାରୁ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଖଲାସ କରିଛନ୍ତି। ଏମାନେ ଗାୟତ୍ରୀଙ୍କ ସହ ୨୦୧୭ରେ ଜିଲ୍ଲା ଜେଲ୍‌ରେ ଥିଲେ ।  

   Related Posts